Tue. Dec 24th, 2024

ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗୁ ଆର୍ଏସ୍ପିରେ ବାରମ୍ବାର ଦୁର୍ଘଟଣା ଘଟୁଛି

rklsanchar@gmail.com' By J.N. Pradhan Aug 28, 2018 #Featured
152 Views

ରାଉରକେଲା, ୨୮ା୮ : ଚଳିତ ମାସ ୨୬ ତାରିଖ ଦିନ ବି ସିଫ୍ଟରୁ ଫେରୁଥିବା ବେଳେ ଏସ୍ଏମ୍ଏସ୍-୨ ବିଭାଗର କର୍ମଚାରୀ ଚନ୍ଦ୍ର ଶେଖର ଦ୍ୱିବେଦୀ ପାୱାର ଗେଟ୍ ରାସ୍ତାରେ ଅନ୍ଧକାର ମଧ୍ୟରେ ରଖାଯାଇଥିବା ଏକ ରୋଡ୍ କ୍ରେନ୍ ସହିତ ପିଟିହୋଇ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ସେଠାରୁ ଆଇଜିଏଚ୍ ପଠାଯାଇଥିଲା । ରାସ୍ତାରେ ରଖାଯାଇଥିବା କ୍ରେନ୍ ପାଖରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନଥିଲା କିମ୍ବା ସେଠାରେ କୌଣସି ବାରିକେଡ୍ ଦିଆଯାଇନଥିଲା ।

ଏହା ହେଉଛି ଆର୍ଏସ୍ପି କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ଅବହେଳା । ଦୁର୍ଘଟଣା ଖବର ପାଇବା ପରେ ୟୁନିୟନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସଭାପତି ବିଷ୍ଣୁ ମହାନ୍ତି ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଏଥିପାଇଁ ଦାୟୀ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ନିଜସ୍ୱ ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବାରୁ ଦୁର୍ଘଟଣା ଗ୍ରସ୍ତଙ୍କୁ ତୁରନ୍ତ ରେଫରାଲ ମେଡିକାଲ ପଠାଯାଇପାରୁ ନାହିଁ । ବାହାର ଆମ୍ବୁଲାନ୍ସ ଯୋଗୁଁ ପ୍ରାୟ ୮ ଘଣ୍ଟାରୁ ଅଧିକ ବିଳମ୍ବ ହେଉଛି ।

ତେଣୁ ରେଫରାଲ ପାଇଁ କର୍ତ୍ତୃପକ୍ଷ ନିଜସ୍ୱ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ଉଚିତ୍ । ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଓ ସମ୍ପୃକ୍ତ ଅଞ୍ଚଳ ଅନ୍ଧକାର ହେବା ଯୋଗୁ ଗତ ୩ ମାସ ମଧ୍ୟରେ ବାରମ୍ବାର ଦୁର୍ଘଟଣାମାନ ଘଟୁଛି । କିନ୍ତୁ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ଏଥିପାଇଁ ଦୋଷୀ ସାବ୍ୟସ୍ତ କରିବା ସ୍ୱୀକୃତିପ୍ରାପ୍ତ ୟୁନିୟନ ସହାୟତାରେ ବିବାଦୀୟ ସର୍କ୍ୟୁଲାର କରି ଶ୍ରମିକମାନଙ୍କ ଠାରୁ ଟଙ୍କା କାଟୁଛନ୍ତି । ଏଥିପାଇଁ କ’ଣ ଦୁର୍ଘଟଣା ହ୍ରାସ ପାଇବ? ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ କମିଟିଗୁଡିକ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।

ଦୁର୍ଘଟଣା ଖବର ପାଇ ସାଧାରଣ ସମ୍ପାଦକ ବସନ୍ତ ନାୟକ ଏନ୍ଜେସିଏସ୍ ସେଫ୍ଟି ସଭ୍ୟ ସୁରେନ୍ଦ୍ର ମହାନ୍ତି, ପି.ସି. ପ୍ରଧାନ, ସଞ୍ଜୟ ନାୟକ, ଜେ.କେ. ସାହୁ, ଶିବରାମ ବେହେରା, ବିଶ୍ୱରଞ୍ଜନ ମଲ୍ଲିକ ଓ ନରେନ୍ଦ୍ର ମହନ୍ତ ପ୍ରମୁଖ ଆଇଜିଏଚ୍ରେ ପହଞ୍ôଚ ମେଡିକାଲ ଡାଇରେକ୍ଟରଙ୍କ ସହ ଆଲୋଚନା କରି ସକାଳ ୮ଟା ସୁଦ୍ଧା ଦୁର୍ଘଟଣାଗ୍ରସ୍ତଙ୍କ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ପଠାଯାଇଥିଲା ।

ଅପରାହ୍ନ ୩ଟାରେ ସେଠାରେ ପହଞ୍ôଚବା ପରେ ସେଠାରେ ବେଡ୍ ନଥିଲା ଡାଇରେକ୍ଟର ଆଇଜିଏଚ୍ଙ୍କ ହସ୍ତକ୍ଷେପ ଯୋଗୁ ସେଠାରେ ତାଙ୍କୁ ଆଡମିଟ୍ କରାଯାଇ ଚିକିତ୍ସା ଚାଲିଛି । ଏଭଳି ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ସମସ୍ତ ଇସ୍ପାତ ଶ୍ରମିକ ଏକଜୁଟ ହେବା ଦରକାର ବୋଲି ୟୁନିୟନ ତରଫରୁ କୁହାଯାଇଛି ।

Related Post