Mon. Dec 23rd, 2024

ବିପଦ ସଂକେତ ଉପରେ ବ୍ରାହ୍ମଣୀ-ବୈତରଣୀ ଓ ଖରସ୍ରୋତା, ପାଣିଘେରରେ ୫୦୦ ଗାଁ

By amfnews Aug 29, 2020 #Featured
150 Views

ଭୁବନେଶ୍ୱର, ଅଗଷ୍ଟ ୨୯  :  ହୀରାକୁଦ ଡ୍ୟାମରୁ ୪୪ଟି ଗେଟ ଦେଇ ଜଳ ନିଷ୍କାସନ ହେବା ପରେ ମହାନଦୀ ଆହୁରି ଫୁଲି ଉଠିଛି । ଲଘୁଚାପ ବର୍ଷା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତାରେ ମଧ୍ୟ ବିପଦ ସଂକେତ ଅତିକ୍ରମ କରିଛି । ଜଳସ୍ରୋତ କମିଥିଲେ ମଧ୍ୟ ଶନିବାର ସକାଳ ଯାଏଁ ଏହି ୩ଟି ନଦୀରେ ବିପଦ ସଂକେତ ହ୍ରାସ ପାଇ ନାହିଁ । ବନ୍ୟା ଜଳ ତଳିଆ ଅଂଚଳର ଲକ୍ଷ ଲକ୍ଷ ଲୋକଙ୍କୁ କଲବଲ କରୁଛି । ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଥିବାରୁ ବ୍ୟାପକ କ୍ଷତି ହେବାର ଆଶଙ୍କା କରାଯାଉଛି ।

ଯାଜପୁର ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ୧୨୪ଟି ଗ୍ରାମପଂଚାୟତର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଗାଁ ଜଳମଗ୍ନ ହୋଇଛି । ଫଳରେ ୪ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ଏଥିରୁ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ୧୨ଟି ଦମକଳ ବାହିନୀ, ୪ଟି ଓଡ୍ରାଫ ଟିମ ଓ ୨ଟି ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି । ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାର ୬ଟି ବ୍ଲକରେ ୨୨ଟି ଘାଇ ସୃଷ୍ଟି ହୋଇଛି । ବନ୍ୟାରେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ତଳିଆ ଅଂଚଳର ଲୋକେ ବିପର୍ଯ୍ୟର ସମ୍ମୁଖୀନ ହୋଇଛନ୍ତି ।

By amfnews

Related Post