Wed. Dec 25th, 2024

ବିନା ଭିସାରେ କରତାରପୁର ଯାତ୍ରା କରିପାରିବେ ଭାରତୀୟ

By amfnews Sep 7, 2018 #Featured
131 Views

ଲାହୋର, ସେପ୍ଟେମ୍ବର ୭:

ନିକଟରେ ପାକିସ୍ତାନ ଗସ୍ତ କରିଥିବା ପଂଜାବ କ୍ୟାବିନେଟ୍ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ପରିଶ୍ରମ ସଫଳ ହେବାକୁ ଯ।।ଉଛି । ପାକ୍ କରତାରପୁର କରିଡର ଖୋଲିବା ପାଇଁ ରାଜି ହୋଇ ଯାଇଛି । ବର୍ତମାନ ବିନା ଭିସାରେ ଭାରତୀୟ ବ୍ୟକ୍ତି ପାକିସ୍ତାନ ସ୍ଥିତ କରତାରପୁର ଗୁରୁଦ୍ୱାରକୁ ଦର୍ଶନ କରିପାରିବେ । ଶିଖ ସମୁଦାୟ ଦୀର୍ଘ ଦିନ ଧରି ଏନେଇ ଦାବି କରୁଥିବେ ବେଳେ ବର୍ତମାନ ଏହା ପୂରଣ ହେବାକୁ ଯାଉଛି ।

ଶିଖ୍ ଧର୍ମର ସଂସ୍ଥାପକ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ୫୦୦ତମ ପୂଣ୍ୟତିଥୀରେ କରତାରପୁର କରିଡର ଉନ୍ମକ୍ତ କରାଯିବ । ୨୨ ସେପ୍ଟେମ୍ବର ହେଉଛି ତାଙ୍କର ପୂଣ୍ୟତିଥୀ  । ଏହି ତାରିଖ ଏଥିପାଇଁ ନିର୍ଧାରଣ କରାଯାଇଛି କାରଣ ସେପ୍ଟେମ୍ବର ୨୨ , ୧୫୩୯ରେ ଗୁରୁଙ୍କ ମୃତ୍ୟୁ କରତାରପୁରଠାରେ ହୋଇଥିଲା । ଯେଉଁଠାରେ ତାଙ୍କର ସମାଧୀ ରହିଛି ।

ପାକିସ୍ତାନ ସରକରାଙ୍କ ଏହି ଫୈସଲାକୁ ସ୍ୱାଗତ କରିଛନ୍ତି ସିଦ୍ଧୁ । ପଂଜାବବାସୀଙ୍କ ପାଇଁ ଏହାଠାରୁ ବଡ ଖୁସି ଆଉ କିଛି ହୋଇ ନପାରେ ବୋଲି ସେ କହିଛନ୍ତି ।

ପାକିସ୍ତାନୀ ଚ୍ୟାନେଲ୍ ଏଆରଆଇ ମୁତାବକ, ପାକ୍ ସୂଚନା ମନ୍ତ୍ରୀ ଫବାଦ ଚୌଧରୀ ଆଜି କହିଛନ୍ତି ଯେ ତାଙ୍କ ଦେଶ ବହୁତ ଶୀଘ୍ର  ଶିଖ୍ ତୀର୍ଥଯାତ୍ରୀଙ୍କ ପାଇଁ କରତାରପୁର କରିଡର ଉନ୍ମକ୍ତ କରିବ । ପାକ୍ ଭାରତ ସହ ଶାନ୍ତି ପ୍ରତିଷ୍ଠା ପାଇଁ ସର୍ବଦା ଚାହୁଁଥିବା ବେଳେ ଭାରତ କିନ୍ତୁ ସକରାତ୍ମକ ମନୋଭାବ ପୋଷଣ କରୁନାହିଁ  ।

By amfnews

Related Post