Wed. Dec 25th, 2024

ବିନା ପରୀକ୍ଷାରେ ଜୁଲାଇ ୨୨ରୁ ନିଜର ନାଗରିକଙ୍କୁ ଟିକା ଦେଉଛି ଚୀନ!

By amfnews Aug 26, 2020 #Featured
138 Views

ନୂଆଦିଲ୍ଲୀ, ଅଗଷ୍ଟ ୨୬  : ବିଶ୍ୱବ୍ୟାପୀ କରୋନା ଭାଇରସ ବ୍ୟାପିବାରେ ବଡ଼ ଭୂମିକା ନେଇଥିବା ଚୀନ ଏକ ମାସ ପୂର୍ବରୁ ନିଜ ଦେଶର ନାଗରିକଙ୍କୁ ଟିକା ଦେଇଛି । ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଶନିବାର ଏହା ଖୁଲାସା କରିଥିଲା ଯେ, ଜୁଲାଇ ୨୨ରୁ ଚୀନ ନାଗରିକମାନେ ଟିକା ନେଇଛନ୍ତି । କିନ୍ତୁ ଆୟୋଗ ଏହା କହି ନାହିଁ ଯେ, ଚୀନରେ କ୍ଲିନିକାଲ ପରୀକ୍ଷାର ଅନ୍ତିମ ପର୍ଯ୍ୟାୟରେ ପହଂଚିଥିବା ୪ ଟିକା ମଧ୍ୟରୁ କାହାକୁ ଦିଆଯାଇଛି । କେବଳ ସେତିକି ନୁହେଁ, ଆୟୋଗ ଦାବି କରିଛନ୍ତି, ଲୋକଙ୍କୁ ଦିଆଯାଇଥିବା ଟିକାର କୌଣସ ଖରାପ ପ୍ରଭାବ ପଡ଼ିନାହିଁ ।

ଚୀନର ଏନଏଚସି ନିର୍ଦ୍ଦେଶକ ଝେଙ୍ଗ ଝୋଙ୍ଗୱେଇ କହିଛନ୍ତି, ଟିକାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଇମିଗ୍ରେଶନ ଅଧିକାରୀ ଏବଂ ମେଡିକାଲ କର୍ମଚାରୀଙ୍କୁ ଦିଆଯାଇଥିଲା । ସେମାନଙ୍କୁ କୁହାଯାଇଥିଲା ଯେ, ବିଦେଶରୁ ଚୀନକୁ କରୋନା ଭାଇରସ ଆସୁଛି । ଏଥିପାଇଁ ବିଦେଶରୁ ଆସୁଥିବା ଲୋକଙ୍କୁ ପ୍ରଥମେ ଟିକା ଦିଆଯିବ ।

ରୁଷିଆ ଟିକା ତୁଳନାରେ ଚୀନ ତିନି ସପ୍ତାହ ପୂର୍ବରୁ ନିଜର ନାଗରିକମାନଙ୍କୁ ଟିକା ଦେବା ଆରମ୍ଭ କରିଦେଇଥିଲା । ମାତ୍ର ଉଭୟ ଟିକା ମଧ୍ୟରେ ସମାନତା ଯେ, କ୍ଲିନିକାଲ ପରୀକ୍ଷା ସମୟରେ ଉଭୟର ମାନକକୁ ପ୍ରମାଣିତ କରାଯାଇପାରି ନାହିଁ । ପୂରା ବିଶ୍ୱ କରୋନା ଟିକାକୁ ଉତ୍ପାଦନ କରିବା ଲାଗି ବ୍ୟସ୍ତ ହୋଇପଡ଼ିଥିବା ବେଳେ ଜୀବନକୁ ସୁରକ୍ଷିତ ରଖିବା ପାଇଁ ସଂଘର୍ଷ ଜାରି ରହିଛି । ଏଭଳି ସଂକଟ ସମୟରେ ଚୀନର ଚତୁର ପଣ ପୁଣି ଥରେ ଧରାପଡ଼ିଯାଇଛି ।

By amfnews

Related Post