Sun. Mar 8th, 2026

ବିନା ଏନ୍‌ଓସିରେ ଚାଲୁଛି ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ : ଏନ୍‌ଓସି ନେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ

236 Views

ଭୁବନେଶ୍ବର, ଜାନୁଆରୀ ୬  : ରାଜ୍ୟରେ ବହୁ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ଅଧିକୃତ ବିଭାଗୀୟ ଅଧିକାରୀଙ୍କ ବିନା ଏନ୍‌ଓସିରେ ଚାଲୁଥିବା ଅଭିଯୋଗ ଆସିବା ପରେ ତୁରନ୍ତ ଏନ୍‌ଓସି ନେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ସରକାରୀ ନିୟମ ଅନୁସାରେ ଘରୋଇ ବିଦ୍ୟାଳୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ସିବିଏସ୍‌ଇ/ଆଇସିଏସ୍‌ଇ ସହିତ ଅନୁବନ୍ଧିତ ହେବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କଠାରୁ ସିଓଆର ହାସଲ କରିବା ଜରୁରୀ।

ଏହାସହ ଏହି ବିଦ୍ୟାଳୟଗୁଡ଼ିକର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଠାରୁ ଏନ୍‌ଓସି ହାସଲ କରିବେ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଉଚ୍ଚ କ୍ଷମତା ସଂପନ୍ନ କମିଟିର ନିଷ୍ପତ୍ତି କ୍ରମେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଉପଲବ୍ଧ ହେଉଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ଶିକ୍ଷାଦାନ କରୁଥିବା ଯେଉଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଏନ୍‌ଓସି ପ୍ରଦାନ କରାଯାଇଛି ତାହାର ଏକ ତାଲିକା ଓପେପା ୱେବସାଇଟରେ ପ୍ରକାଶିତ ହୋଇଛି ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

By amfnews

Related Post