Sat. Mar 7th, 2026

ବିଧାୟକ, ପୂର୍ବତନ ବିଧାୟକଙ୍କ ହତ୍ୟାରେ ସମ୍ପୃକ୍ତ ୩ ସନ୍ଦିିଗ୍ଧ ନକ୍ସଲଙ୍କ ଫଟୋ ଜାରି କଲା ପୁଲିସ

179 Views

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ଆରକୁ ବିଧାୟକ କିଦାରୀ ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ଶିବାରୀ ସୋମାଙ୍କୁ ମାଓବାଦୀମାନେ ଗୁଳିକରି ହତ୍ୟା କରିବାର ୨୪ ଘଣ୍ଟା ଏହି ଅମାନବୀୟ କାର୍ଯ୍ୟ ଘଟାଇଥିିବା ୩ ଜଣ ସନ୍ଦିିଗ୍ଧ ନକ୍ସଲଙ୍କ ଫଟୋ ପୁଲିସ ଜାରି କରିଛି। ବିଶାଖାପାଟଣା ଜିଲ୍ଲା ପୁଲିସ ପକ୍ଷରୁ ସିପିଆଇ (ମାଓବାଦୀ ) ନେତା ଜଳମୁୁରି ଶ୍ରୀନୁ ବାବୁ ଓରଫ ସୁନୀଲ ଓରଫ ରିଆନୁ, କମଳେଶ୍ୱରୀ ଓରଫ ସ୍ୱରୁପା ଏବଂ ଭେଙ୍କଟ ରବି ଚୈତନ୍ୟ ଓରଫ ଅରୁଣାଙ୍କ ଫଟୋ ଜାରି କରି ସେମାନେ ଏହି ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି କୁହାଯାଇଛି।


ସୂଚନାଯୋଗ୍ୟ ଯେ ବିଶାଖାପାଟଣା ଠାରୁ ୧୨୫ କିଲେମିଟର ଦୂର ଓଡ଼ିଶା ସୀମାନ୍ତ ଲିଭିଟିପୁଟ ଠାରେ ଆରକୁ ବିଧାୟକ କିଦାରୀ ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ଶିବାରୀ ସୋମାଏକ ଦଳୀୟ କାର୍ଯ୍ୟ ସାରି ଫେରୁଥିବାବେଳେ ସେମାନଙ୍କୁ ଙ୍କୁ ପଏଣ୍ଟ ବ୍ଲାଙ୍କ୍‌ରୁ ଗୁଳି କରି ନକ୍ସଲମନେ ହତ୍ୟା କରିଥିଲେ। ପୁଲିସ ସୂତ୍ରରୁ ପ୍ରକାଶ ଯେ ଜଲମୁୁରି ଶ୍ରୀନୁ ବାବୁ ଓରଫ ସୁନୀଲ ଓରଫ ରିଆନ ଦେବପାଳମ ଗାଁର ହୋଇଥିବା ବେଳେ କମଳେଶ୍ୱରୀ ଭୀମାଭରମ ଗାଁର ଓ ଭେଙ୍କଟ ରବି ଚୈତନ୍ୟ ଓରଫ ଅରୁଣା କାରକବଣି ପାଲେମ ଗାଁର। ତେଣୁ ଏହି ସନ୍ଦିଗ୍ଧ ମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି ବୋଲି ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି ରାହୁଲ ଦେବ ଶର୍ମା କହିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଅରୁଣା ଓ ତାର ସ୍ୱାମୀ ଚଳାପତି ଓରମ କୈଳାଶ ସମ୍ପର୍କରେ ଜାଣିିବା ପାଇଁ ପୁଲିସ ୨୦୧୬ ମସିହାରେ ସେମାନଙ୍କ ଫଟୋ ଜାରି କରି ଲାକଙ୍କ ସହଯୋଗ ଲୋଡ଼ିଥିଲା। ଅରୁଣା ସେତେବେଳେ କୋରାପୁଟ- ଶ୍ରୀକାକୁଲମ ଡିଭିଜନ କମିଟିର ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲା।ତେବେ ଲାଭିଟିପୁଟ ଗାଁ ଓଡ଼ିଶା ସୀମାକୁ ଲାଗି ରହିଛି, ଯେଉଁଠାରେ ବର୍ତ୍ତମାନସକ୍ରୀୟ ଥିବା ମାଓ ସଙ୍ଗଠନ ନନ୍ଦପୁର ଏରିଆ କମିଟିର ନେତୃତ୍ୱ ଅରୁଣା ନେଉଛି ।ତେଣୁ ଅରୁଣାର ଯୋଜନା ଅନୁଯାୟୀ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି।ଏହା ପରେ ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ ପହରାକୁ କଡ଼ା କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

By amfnews

Related Post