Sun. Sep 29th, 2024

ବିଧାନସଭା ନିର୍ବାଚନ ହାରିବା ପରେ ପଦରୁ ଇସ୍ତଫା ଦେଲେ ଆସାମ କଂଗ୍ରେସ ପ୍ରମୁଖ

By amfnews May 3, 2021 #Featured
142 Views

ଗୁଆହାଟୀ, ମେ ୦୩ : ଆସାମ କଂଗ୍ରେସର ଅଧ୍ୟକ୍ଷ ରିପୁନ ବୋରା ରବିବାର ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ସଦସ୍ୟ ଶ୍ରୀ ବୋରା ପରାଜୟ ସ୍ୱୀକାର କରିଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ବୋରା ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଆସାମ ବିଧାନସଭା ନିର୍ବାଚନରେ ପାର୍ଟିର ଶୋଚନୀୟ ପରାଜୟ ଯୋଗୁଁ ଆସାମ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି । 

ରିପୁନ ବୋରା ଲେଖିଛନ୍ତି ଯେ, ମ୍ୟାଡମ ମୋତେ ବହୁତ ଦୁଃଖ ଓ ଅବଶୋଷ ସହିତ କହିବାକୁ ପଡୁଛି ଯେ, ବହୁ ପରିଶ୍ରମ ପରେ ମଧ୍ୟ ବିଜେପିକୁ ମୁକାବିଲା କରିପାରିଲୁ ନାହିଁ । ଗୋହପୁର ଆସନରୁ ବିଜେପି ପ୍ରାର୍ଥୀ ଓ ବର୍ତ୍ତମାନର ବିଧାୟକ ଉତ୍ପଳ ବୋରାଙ୍କ ହାତରୁ ୨୯ ହଜାର ୨୯୪ ଖଣ୍ଡ ଭୋଟରେ ହାରିଛନ୍ତି । ବହୁ ପରିଶ୍ରମ ପରେ ମଧ୍ୟ ଆସାମ ଶାଖାର ସଭାପତି ଭାବେ ୪ ବର୍ଷରେ ପାର୍ଟିକୁ ପୁନର୍ଜୀବିତ କରିପାରିଲୁ ନାହିଁ । 

By amfnews

Related Post