Fri. Mar 6th, 2026

ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର, ଜୋରଦାର ପ୍ରଚାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ସମସ୍ତ ପ୍ରମୁଖ ଦଳ

212 Views

ଭୁବନେଶ୍ୱର, ନଭେମ୍ବର ୦୧ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷ ଦିନ। ଶେଷ ଦିନରେ ଲୋକଙ୍କ ପାଖରେ ପହଁଚିବା ପାଇଁ ସବୁ ଦଳ ନିଜ ନିଜର ଟାଣୁଆ ନେତାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ଭୋଟରଙ୍କ ମନ ଜିତିବା ପାଇଁ ଆଜି ହେଉଛି ଶେଷ ସୁଯୋଗ। ତେଣୁ ମତଦାତାଙ୍କୁ ଆକୃଷ୍ଟ କରିବାକୁ କୌଣସି ବି ସୁଯୋଗ ହାତଛଡ଼ା କରିବେନି ତିନି ପ୍ରମୁଖ ଦଳ। 

ଗତକାଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ମାନସ ଦତ୍ତଙ୍କୁ ଧରି ବିଶାଳ ରୋଡ୍ ଶୋ’ କରିଥିଲେ।  କଂଗ୍ରେସ ଶିବିରରେ ପ୍ରଚାର ଦାୟିତ୍ୱ ସମ୍ଭାଳିଥିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ସେହିଭଳି ସଭା ସମିତି କରି ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ଭୋଟ୍ ମାଗିଥିଲେ ବିଧାୟକ ତାରା ବାହିନୀପତି।

ସେହିପରି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଧ୍ୟ ଖୁବ୍ ଜମିଛି ତିନି ପ୍ରମୁଖ ଦଳର ପ୍ରଚାର। ବିଜେପି ପକ୍ଷରୁ ଗତକାଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ନାରୀ ନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ କ୍ୟାମ୍ପେନ୍ ସମ୍ଭାଳିଥିଲେ। ଉଭୟ ଏକ ରୋଡ ଶୋ’ରେ ଯୋଗଦେବା ସହ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ।

By amfnews

Related Post