126 Views
ଭୁବନେଶ୍ବର, ଜାନୁଆରୀ୨୮ : ଗୃହର ସ୍ୱାଧୀକାର ଭଙ୍ଗ କରିବା ଘଟଣାରେ ଆଜି ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହୋଇପାରନ୍ତି ଓଡ଼ିଶା ଟେଲିଭିଜନ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା । ଏଥିପାଇଁ କମିଟି ଜାନୁଆରି ୨୮ କିମ୍ବା ତା ପୂର୍ବରୁ ହାଜର ହେବାକୁ ତାଙ୍କୁ ନୋଟିସ ଜାରି କରିଥିଲେ।
୨୦୧୮ ନଭେମ୍ବର ୧୯ ତାରିଖରେ ଓଟିଭିରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣ କରାଯାଇଥିଲା । ଏହା ବିଧାନସଭାର ଅପମାନ କରୁଥିବା ଅଭିଯୋଗ ହୋଇଥିଲା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ । ଏହି ମାମଲାରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ କମିଟି ଉପସ୍ଥିତ ହେବାକୁ ନୋଟିସ କରିଥିଲେ।