Sun. Nov 24th, 2024

ବିଧାନସଭାରେ ଉଠିଲା ଜଗତସିଂହପୁର ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବିରେ ହଟ୍ଟଗୋଳ, ଗୃହ ବାରମ୍ବାର ମୁଲତବୀ

By amfnews Nov 25, 2019 #Featured
124 Views

ଭୁବନେଶ୍ବର: ସୋମବାର ବିଧାନସଭାରେ ଶୂନ୍ୟକାଳରେ ଉଠିଛି ଜଗତସିଂହପୁର ନାଉଗାଁ ବ୍ଲକ ଅଂଚଳର ମା’ ଆଗରେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା । ଏହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ । ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଛି ।

ଅଭିଯୋଗ ଅନୁସାରେ, ସଂପୃକ୍ତ ଅଂଚଳର ଦୀପକ ବେହେରା ନାମକ ଜଣେ ମାଂସ କଟାଳି ସଂପୃକ୍ତ ଝିଅକୁ ଭୟଭୀତ କରାଇ ବାରମ୍ବାର ଦୁଷ୍କର୍ମ କରିଥିଲେ । ପ୍ରତିବାଦ କଲେ ମାରିଦେବାକୁ ଧମକ ଦେଇଥିଲେ । ଶେଷରେ ସଂପୃକ୍ତ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେବାକୁ ଦାବି କରିଥିଲେ ବିରୋଧୀ । ।ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ । ପ୍ରଥମେ ଗୃହକୁ ୨୦ ମିନିଟ୍ ଓ ପରେ ୧୦ ମିନିଟ ମୁଲତବୀ ଘୋଷଣା କରାଯାଇଥିଲା । ଶେଷରେ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି।

ଏହା ପୂର୍ବରୁ ପ୍ରଶ୍ନୋତ୍ତର କାଳରେ  ବଜେଟ ଅର୍ଥ ବିନିଯୋଗ ପ୍ରସଙ୍ଗରେ  ଆଲୋଚନା ହୋଇଥିଲା । ୨୦୧୯ ନଭେମ୍ବର ୧୦ ତାରିଖ ସୁଦ୍ଧା ଖର୍ଚ୍ଚ ହୋଇଛି ମାତ୍ର ୩୭ ପ୍ରତିଶତ ଅର୍ଥ । ଏ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି, ନିର୍ବାଚନ ଆଚରଣ ବିଧି ଲାଗୁ, ଗତ ମେ ତିନି ତାରିଖରେ ଆସିଥିବା ସାମୁଦ୍ରିକ ଝଡ ଫନି ଓ ଲଘୁଚାପ ଜନିତ ଅନିୟମିତତା ବର୍ଷା ଯୋଗୁଁ ଖର୍ଚ୍ଚରେ ବିଳମ୍ବ ହୋଇଛି । ଆଗକୁ ଇ-ଗଭର୍ଣ୍ଣାନ୍ସ ଜରିଆରେ ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

By amfnews

Related Post