Sat. Mar 7th, 2026

ବିଦ୍ୟୁତ ତାର ସଂସ୍ପର୍ଶରେ ୨ଟି ବସ ଜଳିଗଲା

193 Views

ଭୁବନେଶ୍ୱର,ନଭେମ୍ବର ୦୩: ଭୁବନେଶ୍ୱର ଖଣ୍ଡଗିରିରେ ପାର୍କିଂ କରାଯାଇଥିବା ବେଳେ ୨ଟି ଯାତ୍ରୀବାହୀ ବସ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଥିବା ଦେଖିବାକୁ ମିଳିଛି। ଏହି ଦୁଇଟି ବସ ଗତକିଛି ଦିନ ହେବ ସେଠାରେ ପାର୍କିଂ କରାଯାଇଥିଲା। ତେବେ ବସ ଭିତରେ କେହି ନ ଥିବାରୁ ଏହି ଅଘଟଣରେ କୌଣସି ମୃତାହତ ଘଟି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଗତକିଛି ଦିନ ହେବ ଖଣ୍ଡଗିରି ଠାରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ରାସ୍ତାକଡ଼ରେ ୨ଟି ଘରୋଇ ବସ୍‌ ପାର୍କିଂ କରାଯାଇଥିଲା। ବସ ଦୁଇଟି ପୁରଣା ହୋଇ ଯାଇଥିବାରୁ ଅପରୋଡ୍‌ ହୋଇ ସେଠାରେ ପାର୍କିଂ କରାଯାଇଥିିଲା। ତେବେ ବସ ଦୁଇଟି ଉପରେ ୧୧ କେଭିର ବିଦ୍ୟୁତ ତାର ଟଣାଯାଇଥିଲା। କୌଣସି କାରଣରୁ ଏହି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍‌ ଦୁଇଟି ଧୁଧୁ ହୋଇ ଜଳି ଉଠିଥିଳା। ସକାଳ ପ୍ରା ୬ଟା ବେଳେ ଏହି ଅଘଟଣ ଘଟିଥିଳା। ଖବର ପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post