Mon. Dec 23rd, 2024

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଜଣ ଶ୍ରମିକ ଆହତ।

By amfnews Oct 9, 2018 #Featured
156 Views

ମାଲକାନଗିରି ଜିଲ୍ଲାରେ ଆଦିବାସୀ ଶ୍ରମିକଙ୍କୁ ବିଜୁଳି ସଂଯୋଗ କାମରେ ନିୟୋଜିତ କରାଯାଇଥିବା ବେଳେ ଦୁର୍ଘଟଣା ଘଟିବାରୁ ଠିକାଦାର ଫେରାର ହୋଇଛନ୍ତି ।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଣ୍ଡେଗୁଦା ଗ୍ରାମର ଘଟଣା । ଆଜି ପୋଣ୍ଡେଗୁଦାରେ ସୌଭାଗ୍ୟ ଯୋଜନାରେ ଗ୍ରାମରେ ବିଜୁଳି ସଂଯୋଗ ନିମନ୍ତେ ବିଜୁଳି ଖମ୍ବ ପୋତା ବେଳେ ବିଜୁଳି ତାର ସଂସ୍ପର୍ଶରେ ୬ ଜଣ ଶ୍ରମିକ ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନଙ୍କ ସହାୟତା ରେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।ଘଟଣା ସ୍ଥଳରୁ ଠିକାଦାର ଫେରାର ହୋଇଯାଇଛି ।
ଏ ନେଇ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ
ଆହତ ୬ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଥିବା ବେଳେ ଅନ୍ୟ ଜଣଙ୍କର ସାଧାରଣ ଆହତ ହୋଇଥିବା ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ ସୂଚନା ଦେଇଛନ୍ତି।

By amfnews

Related Post