Tue. May 13th, 2025

ବିଦ୍ୟୁତ ତାର ଆଘାତରେ ବାର୍‌ହା ସହିତ ଶିକାରୀ ମୃତ

By amfnews Nov 2, 2018 #Featured
110 Views

କେନ୍ଦ୍ରାପଡ଼ା / ମହାକାଳପଡ଼ା ,ନଭେମ୍ବର ୦୨: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଜମ୍ବୁ ପଞ୍ଚାୟତର ପୂର୍ବପଡ଼ା ଗାଁର ଘଟିଛି ଏକ ଅଭାବନୀୟ ଘଟଣା। ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଆଘାତରେ ବାରହା ତ ମରିଛି , ତା ସହିତ ଶିକାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଖବର ପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିିବା ସୂଚନା ଅନୁଯାୟୀ, ମହାକାଳପଡ଼ା ଜମ୍ବୁ ପଞ୍ଚାୟତର ପୂର୍ବପଡ଼ା ଗ୍ରାମକୁ ଧାନ ଫସଲ ଖାଇବାକୁ ଆସୁଥିବା ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ କେତେକ ଶିକାରୀ ରାତି;ର ଧାନକ୍ଷେତ ଚାରିପଟେ ବିଦ୍ୟୁତ ତାର ବିଛାଇ ଥାନ୍ତି। ତେବେ ଗତକାଲି ରାତିରେ ଗାଁ ପାଖ ଚାଷ ଜମି ନିକଟରେ ବିଛାଯାଇଥିିବା ଏକ ବିଦ୍ୟୁତ ତାରରେ ଏକ ଜଙ୍ଗଲୀ ବାରହ୍‌ା ପଡ଼ି ଗର୍ଜନ କରିଥଲା ସ ପରେ ମରି ଯାଇଥିଳା। ବାର୍‌ହା ଗର୍ଜନ ଶୁଣି ପୂର୍ବପଡ଼ା ଗ୍ରାମର ବିଜୟ ମିର୍ଦ୍ଧା ଓରଫ ବିଜୁ(୩୫ ବର୍ଷ) ସେହି ମୃତ ବାର୍‌ହାଟିକୁ ନେବା ପାଇଁ ଆସି ଅଜାଣତରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଆଜି ସକାଳୁ ଉଭୟ ବାର୍‌ହା ସହିତ ବିଜୁଙ୍କର ମୃତ ଦେହ ଗୋଟିଏ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେଓ ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ଏ ନେଇ ପୁଲିସ ଓ ବନ ବିଭାଗକୁ ଖବର ଦେଇଥିଲେ।। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପଞ୍ଚନାମା କରିବା ପରେ ବ୍ୟବଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

By amfnews

Related Post