Mon. Jun 9th, 2025

ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟଣା: ବନବିଭାଗକୁ ୪ କୋଟି ଟଙ୍କା ଦେବାକୁ ସେସୁ କର୍ତ୍ତୃପକ୍ଷଙ୍କୁ ଏନଜିଟିଙ୍କ ନିର୍ଦ୍ଦେଶ

By amfnews Dec 20, 2018 #Featured
286 Views

ନୂଆଦିଲ୍ଲୀ: ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟଣାନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ନ୍ୟାସନାଲ ଗ୍ରିନ ଟ୍ରିବୁନାଲ (ଏନଜିଟି)। ବିଦ୍ୟୁତ ବିଭାଗର ଅବହେଳା ପାଇଁ ହାତୀ ମୃତ୍ୟୁବରଣ କରୁଛନ୍ତି ବୋଲି କହି ଏଥିପାଇଁ ୪ କୋଟି ଟଙ୍କା ଓଡ଼ିଶା ବନ ବିଭାଗ ନିକଟରେ ଦାଖଲ କରିବାକୁ ସେସୁ କର୍ତ୍ତୃପକ୍ଷଙ୍କୁ ନ୍ୟାସନାଲ ଗ୍ରିନ୍‌ ଟ୍ରବୁନାଲ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ସେସୁ ଅଞ୍ଚଳରେ ବିଦ୍ୟୁତ ଆଘାତ ପାଇ ବହୁ ସଂଖ୍ୟକ ହାତୀ ମୃତ୍ୟୁବରଣ କରିଛନ୍ତି। ଏହାକୁ ନେଇ ପରିବେଶପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ଠୋସ ଯୋଜନାର ଅଭାବ ସାଙ୍ଗକୁ ବନବିଭାଗ ଏବଂ ସେସୁ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଚିତ ସମନ୍ଵୟ ରହୁ ନ ଥିବାରୁ ହାତୀ ମୃତ୍ୟୁ ସଂଖା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଆଜି ନ୍ୟାସନାଲ ଗ୍ରିନ ଟ୍ରିବୁନାଲ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଟ୍ରିବୁନାଲ ଆଜି ଏଥିପାଇଁ ସେସୁ କର୍ତ୍ତୃପକ୍ଷଙ୍କୁ ୪ କୋଟି ଟଙ୍କା ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ହାତୀଙ୍କ ସୁରକ୍ଷା ପାଇଁ ବିନିଯୋଗ କରିବାକୁ ନ୍ୟାସନାଲ ଗ୍ରିନ ଟ୍ରିବୁନାଲ ବନବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନ୍ୟାସନାଲ ଗ୍ରିନ ଟ୍ରିବୁନାଲ ବନବିଭାଗକୁ ହାତୀଙ୍କ ସୁରକ୍ଷା ଯୋଜାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ନେଇ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ କହିଛନ୍ତି। ଆଉ ଏହି ଆକ୍ସନ ପ୍ଲାନ କିପରି କାଯ୍ୟକାରୀ ହେଉଛି ସେ ସମ୍ପର୍କରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗକୁ ପ୍ରତି ୩ ମାସରେ ଥରେ ଅବଗତ କରିବାକୁ ନ୍ୟାସନାଲ ଗ୍ରିନ ଟ୍ରିବୁନାଲ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post