Wed. Jan 22nd, 2025

ବିଡେନ ପ୍ରଶାସନରେ ସଫଳ ହେବ ଭାରତ-ଆମେରିକା ସମ୍ପର୍କ, ହ୍ବାଇଟ ହାଉସର ପ୍ରେସ ସଚିବଙ୍କ ସୂଚନା

By amfnews Jan 22, 2021 #Featured
543 Views

ୱାଶିଂଟନ, ଜାନୁଆରୀ ୨୨ : ଆମେରିକାରେ ନୂତନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପରେ ଅନ୍ୟ ଦେଶମାନଙ୍କରେ ଆଲୋଚନା ଜୋର ଧରିଛି। ଏହି ସମୟରେ ହ୍ବାଇଟ ହାଉସରୁ ମିଲିଥିବା ସୂଚନାନୁସାରେ, କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ହେବା ଦ୍ୱାରା ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ମଜବୁତ ହୋଇଛି ।

ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ସାକି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଷ୍ଟ୍ରପତି ଜୋ ବିଡେନ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଦ୍ୱିପାକ୍ଷିକ ସଫଳ ସମ୍ପର୍କକୁ ସମ୍ମାନ କରନ୍ତି। ଉଲ୍ଲେଖନୀୟ ଯେ, ବିଡେନ ବୁଧବାର ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ  ।

ବିଡେନ ପ୍ରଶାସନରେ ଭାରତ-ଆମେରିକା ସମ୍ପର୍କକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ସାକି କହିଛନ୍ତି ଯେ ରାଷ୍ଟ୍ରପତି ବିଡେନ ଅନେକ ଥର ଭାରତ ଗସ୍ତ କରିଛନ୍ତି। ଭାରତ ଏବଂ ଆମେରିକାର ନେତାଙ୍କ ମଧ୍ୟରେ ଦୀର୍ଘ ଦିନର ସଫଳ ଦ୍ୱିପାକ୍ଷିକ ସମ୍ପର୍କକୁ ସେ ସମ୍ମାନ କରନ୍ତି, ଏହାର ଗୁରୁତ୍ୱକୁ ସ୍ୱୀକାର କରନ୍ତି । ଏହାକୁ ଆଗକୁ ନେବାକୁ ବିଡେନ ପ୍ରଶାସନ ଆଶାବାଦୀ। ”

ସେ କହିଛନ୍ତି ଯେ କମଲା ହାରିସ୍ ଭାରତୀୟ ମୂଳର ଉପରାଷ୍ଟ୍ରପତି ହେବା ଦ୍ୱାରା ଏହି ସମ୍ପର୍କ ମଜବୁତ ହେବ। ସାକେ କହିଛନ୍ତି ଯେ ବିଡେନ ତାଙ୍କୁ (ହାରିସ) ଚୟନ କରିଛନ୍ତି ଏବଂ ସେ ଆମେରିକାର ଉପରାଷ୍ଟ୍ରପତି ହୋଇଥିବା ପ୍ରଥମ ଭାରତୀୟ। ନିଶ୍ଚିତ ଭାବରେ ଏହା କେବଳ ଏହି ଦେଶରେ ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ନୁହେଁ ବରଂ ଏହା ଆମର ସମ୍ପର୍କକୁ ଗଭୀର କରିବ।

By amfnews

Related Post