Sun. Jun 8th, 2025

ବିଜୟ ମାଲ୍ୟାଙ୍କ ଟୁଇଟ୍‌: ବିଶ୍ୱାସ କରନ୍ତୁ, ବ୍ୟାଙ୍କ୍‌ ଓ ସରକାରଙ୍କର ସବୁ ଋଣ ପରିଶୋଧ କରିଦେବି

By amfnews Dec 5, 2018 #Featured
252 Views

ନୂଆଦିଲ୍ଲୀ, ଡିସେମ୍ବର ୫: କିଙ୍ଗ୍‌ଫିସର୍‌ ଏୟାର୍‌ଲାଇନ୍‌ସ୍‌କୁ ଚଳାଇ ରଖିବା ନିମନ୍ତେ ଉଧାର କରିଥିବା ଟଙ୍କା ଫେରାଇ ଦେବେ ବୋଲି ବ୍ୟାଙ୍କ୍‌ଗୁଡ଼ିକୁ ସବିନୟ ଅନୁରୋଧ କରିଛନ୍ତି ଫେରାର ମଦ ବ୍ୟବସାୟୀ ବିଜୟ ମାଲ୍ୟା। ତାଙ୍କୁ ବାରମ୍ବାର ଋଣଖିଲାପକାରୀ କହୁଥିବାରୁ ସେ ଭାରତୀୟ ଗଣମାଧ୍ୟମକୁ ଭର୍ତ୍ସନା କରିଛନ୍ତି।

ଅଗଷ୍ଟାେଓ୍ଵଷ୍ଟ୍‍ଲାଣ୍ଡ୍‌ ରାଜିନାମାର ମଧ୍ୟସ୍ଥି କ୍ରିଷ୍ଟିଆନ୍‌ ମାଇକେଲ୍‌ଙ୍କୁ ୟୁଏଇରୁ ଭାରତ ଅଣାଯିବାର ମାତ୍ର ଦିନକ ପରେ ମାଲ୍ୟା ଟୁଇଟର୍‌ ଜରିଆରେ ଏ ଭଳି ଅନୁରୋଧ କରିଛନ୍ତି। ଅର୍ଥିକ ଅପରାଧୀ ନିରବ ମୋଦି, ମେହୁଲ୍‌ ଚୋକ୍‌ସି ଏବଂ ବିଜୟ ମାଲ୍ୟାଙ୍କ ପ୍ରତି ମଧ୍ୟ ଭାରତ ସେ ପ୍ରକାର ଅଭିଯାନ ଆରମ୍ଭ କରିଛି।

ମାଲ୍ୟାଙ୍କ ବିରୋଧରେ ଆଗତ ମାମଲା ଲଣ୍ଡନ ଅଦାଲତରେ ପଡ଼ି ରହିଛି। ସମ୍ପ୍ରତି ମାଲ୍ୟା ସେଠାରେ ବାସ କରୁଛନ୍ତି।

ସେ କହିଛନ୍ତି: ରାଜନେତା ଓ ଗଣମାଧ୍ୟମ ସବୁବେଳେ ଯୋର୍‌ ଦେଇ କହୁଛନ୍ତି ଯେ ମୁଁ ପିଏସ୍‌ୟୁ ବ୍ୟାଙ୍କ୍‌ର ଟଙ୍କା ନେଇ ପଳାଇଥିବାରୁ ଖିଲାପକାରୀ ପାଲଟି ଯାଇଛି। ଏ ସବୁ ମିଛ। କର୍ଣ୍ଣାଟକ ହାଇକୋର୍ଟରେ ମୁଁ ଦେଇଥିବା ସାମଗ୍ରିକ ବୁଝାମଣା ସଂକ୍ରାନ୍ତରେ କାହିଁକି ମୋ ପ୍ରତି ସମ ପ୍ରକାରରେ ଉତ୍ତମ ଆଚରଣ କରା ନ ଯିବ? ଦୁଃଖର ବିଷୟ।

ସେ ଋଣ ପରିଶୋଧ ନ କରୁଥିବାରୁ ଋଣ ଦେଇଥିବା ରାଷ୍ଟ୍ରାୟତ ବ୍ୟାଙ୍କ୍‌ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ଅନ୍ୟ କେତେକ ବ୍ୟାଙ୍କ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉଦ୍ୟମ କରିବା ସମୟରେ ମାଲ୍ୟା ମାର୍ଚ ୨୦୧୬ରେ ଭାରତରୁ ଖସି ପଳାଇଥିଲେ।

By amfnews

Related Post