Wed. Nov 20th, 2024

ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ଅସୁସ୍ଥ, ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲରେ ଭର୍ତ୍ତି

By amfnews Sep 10, 2020 #Featured
158 Views

ଲଖନଉ, ସେପ୍ଟେମ୍ବର ୧୦ : ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ଅସୁସ୍ଥ ଅଛନ୍ତି । ତାଙ୍କୁ ଡାକ୍ତରମାନେ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି । ବିଗତ ଏକ ସପ୍ତାହ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେ ଲଖନଉସ୍ଥିତ ପିଜିଆଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଲଖନଉ ହସ୍ପିଟାଲରେ ରିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନଥିଲା । ଡାକ୍ତରଙ୍କ ଅନୁସାରେ ମଙ୍ଗଳବାର ରାତି ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବା ଆରମ୍ଭ ହୋଇଥିଲା । ସେ ଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଡାକ୍ତରମାନେ ନିଜର ଉଦ୍ୟମ ଜାରି ରଖିଥିଲେ । ବୁଧବାର ବିଳମ୍ବିତ ରାତିରେ ସେ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ରୀତାଙ୍କ ସ୍ୱାମୀ ପିଜି ଯୋଶୀ ପୂର୍ବରୁ ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି ଏବଂ ନିଜର ଚିକିତ୍ସା କରାଉଛନ୍ତି । ଏହା ବ୍ୟତୀତ ତାଙ୍କର ବୋହୂ ରିଚା ଓ ନାତୁଣୀଙ୍କୁ ମଧ୍ୟ କୋଭିଡ-୧୯ ଯୋଗୁଁ ମେଦାନ୍ତକୁ ସ୍ଥାନାନ୍ତର କରାଯାଇଛି । ଉଲ୍ଲେଖନୀୟ ଯେ, ପ୍ରୟାଗରାଜରୁ ସାଂସଦ ରୀତା ବହୁଗୁଣା ଯୋଶୀ କହିଛନ୍ତି, ତାଙ୍କ ବେକରେ ସମସ୍ୟା ଓ ସାମାନ୍ୟ ଜ୍ୱର ଅନୁଭବ କରିବାରୁ ସେ କରୋନା ଟେଷ୍ଟ କରାଇଥିଲେ । ଏହାର ନମୁନା ରିପୋର୍ଟ ପଜିଟିଭ ଆସିଥିଲା ।

By amfnews

Related Post