149 Views
ଭୁବନେଶ୍ୱର, ସେପ୍ଟେମ୍ବର ୧୪ : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ସେ ନିଜେ ଟ୍ୱିଟରରେ ସୂଚନା ଦେଇଛନ୍ତି । ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି ।
ଏ ସଂପର୍କରେ ଟ୍ୱିଟ୍ କରି ସମୀର ମହାନ୍ତି କହିଛନ୍ତି, କରୋନା ଲକ୍ଷଣ ଦେଖାଦେବାରୁ ପରୀକ୍ଷା କରାଇଥିଲି। ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ସୁସ୍ଥ ଅଛି ।
ଏହା ସହିତ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି ।