Fri. Dec 27th, 2024

ବିଜେପି ଦେଶକୁ ୩ ମୋଦି ଦେଇଛି ବୋଲି ସିଦ୍ଧୁଙ୍କ କଟାକ୍ଷର ଜବାବ ଦେଲେ ସୁଷମା, ୩ କ୍ୟାପ୍‌ଟେନଙ୍କ ଭିତରେ ଚାଲିଛି ଲଢ଼େଇ

By amfnews Dec 2, 2018 #Featured
194 Views

ନୂଆଦିଲ୍ଲୀ: ପଞ୍ଜାବର କେନ୍ଦ୍ରମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ ବିଜେପି ୪ ଜଣ ମୋଦିଙ୍କୁ ଭାରତକୁ ଦେଇଛି ବୋଲି କହି କଟାକ୍ଷ କରିବା ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହାର ପ୍ରତିଜବାବ ଦେଇଛନ୍ତି। ସିଦ୍ଧୁ ନୀରବ ମୋଦି, ଲଲିତ ମୋଦି ଓ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ଏପରି ବୟାନ ରଖିଥିବା ବେଳେ ସୁଷମା ସ୍ୱରାଜ ୩ ଜଣ କ୍ୟାପ୍‌ଟେନ୍‌କୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି କି ପାକିସ୍ତାନର ପୂର୍ବତନ କ୍ରିକେଟ୍‌ କ୍ୟାପ୍‌ଟେନ୍‌ ଇମ୍ରାନ ଖାନ୍‌, ଭାରତର ମିଲିଟାରି କ୍ୟାପ୍‌ଟେନ୍‌ ଅମ୍ରିନ୍ଦର ସିଂହ ଏବଂ କଂଗ୍ରେସ କ୍ୟାପ୍‌ଟେନ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୁଷମା ୩ କ୍ୟାପ୍‌ଟେନମାନଙ୍କ ଭିତରେ ଲଢ଼େଇ ଚାଲିଛି ଚାଲିଛି ବୋଲି କହିବା ପରେ ମୁଁ ଆଉ ଅଧିକ କିଛି କହିବାକୁ ଚାହୁଁନାହିଁ ବୋଲି ମତ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ତାଙ୍କର ହିନ୍ଦୁତ୍ୱ ନେଇ ପ୍ରଶ୍ନ କରିଥିଲେ। ମୋଦି ଯଦି ହିନ୍ଦୁତ୍ୱଳର ମୂଳଦୁଆ ଜାଣନ୍ତି ନାହିଁ ତେବେ ସେ କେଉଁ ଧରଣର ହିନ୍ଦୁ ବୋଲି ରାହୁଲ ଏକ ରାଲିରେ ଭାଷଣ ଦେଇ କହିଥିଲେ। ରାହୁଲଙ୍କର ଏହି ବୟାନର ଉତ୍ତର ଦେଇ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ପାଖରେ କୌଣସି ନିର୍ବାଚନ ଏଜେଣ୍ଡା ନାହିଁ ଯେହେତୁ ସେ ଲୋକଙ୍କୁ ଆଡୁ ସାଡୁ କହି ଭୁଲେଇବାକୁ ଚେଷ୍ଟା କରୁଛନ୍ତି।

By amfnews

Related Post