133 Views
ଭଦ୍ରକ, ଜାନୁଆରୀ୨୮ : ଭଦ୍ରକ ଜିଲ୍ଲାରେ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ସ୍ଥାପନା ଲାଗି ରାଜ୍ୟ ସରକାରଙ୍କ ଜମି ଯୋଗାଣରେ ବିଳମ୍ବ ଓ ଅସହଯୋଗ ଅଭିଯୋଗ କରି ସୋମବାର ସକାଳ ୬ ଟାରୁ ମଧ୍ୟହ୍ନ ୧୨ଟା ଯାଏଁ ୬ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି।
ବୟନ ଶିଳ୍ପ ଲାଗି ୭୫ ଏକର ଜମି ଯୋଗାଇବା ଦାବି କରି ଜିଲ୍ଲାର ୭ଟି ବ୍ଲକ୍ରେ ସକାଳ ୬ଟା ବେଳେ ସ୍ଥାନୀୟ ବିଜେପି ନେତା ଓ କର୍ମୀମାନେ ଦଳ ଦଳ ହୋଇ ବ୍ୟାନର ଓ ପତାକା ଧରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆରମ୍ଭ କରିଛନ୍ତି।