Sun. Mar 8th, 2026

ବିଜେପି ଛାଡ଼ି ଏନସିପିରେ ଯୋଗ ଦେବେ ଏକନାଥ ଖଡ଼ସେ !

163 Views

ମୁମ୍ବାଇ: ମହାରାଷ୍ଟ୍ରର ଜଣାଶୁଣା ବିଜେପି ନେତା   ତଥା ପୂର୍ବତନ ମନ୍ତ୍ରୀ ଏକନାଥ ଖଡ଼ସେ ଦଳ ଛାଡ଼ିବେ ବୋଲି ବେଶ କିଛି ଦିନ ଧରି ଚର୍ଚ୍ଚା ହେଉଛି। ଏପରିକି ଚର୍ଚ୍ଚା ଜୋର ଧରିଛି ଯେ ଖଡ଼ସେ ବିଜେପି ଛାଡ଼ି ଏନସିପିରେ ଯୋଗ ଦେଇପାରନ୍ତି । କିନ୍ତୁ ଏବାବଦରେ ଏଯାଏଁ ବିଜେପି ନେତା ଏକନାଥ ଖଡ଼ସେ ମୁହଁ ଖୋଲି ନାହାନ୍ତି।
ଅପରପକ୍ଷରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିଓ୍ୱାର କହିଛନ୍ତି ଯେ, ବରିଷ୍ଠ ଭାଜପା ନେତା ଏକନାଥ ଅସନ୍ତୁଷ୍ଟ ଅଛନ୍ତି , ହେଲେ ତାଙ୍କୁ ଦଳର ନେତାମାନେ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।
ସୂଚନାଯୋଗ୍ୟ, ଦେବେନ୍ଦ୍ର ଫଡନବିସଙ୍କ ମନ୍ତ୍ରିମଣ୍ଡଳରେ ସବୁଠୁ ବରିଷ୍ଠ ମନ୍ତ୍ରୀ ଥିଲେ ଏକନାଥ ଖଡ଼ସେ । କିନ୍ତୁ ଏକ ଭୂମି ଅଧିଗ୍ରହଣକୁ ନେଇ ତାଙ୍କ ଉପରେ ଅଭିଯୋଗ ଆସିବା ପରେ ରାଜସ୍ବ ମନ୍ତ୍ରୀ ପଦରୁ ଏକନାଥ ଖଡ଼ସେଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏପରିକି ଦଳ ତାଙ୍କୁ ଗତ ବିଧାନସଭା ନିର୍ବାଚନରେ ଟିକେଟ ବି ଦେଇନଥିଲା ଅବଶ୍ୟ ତାଙ୍କ ଝିଅ ରୋହିଣୀଙ୍କୁ ପ୍ରାର୍ଥୀ କରାଯାଇଥିଲା, କିନ୍ତୁ ସେ ପରାଜିତ ହୋଇଥିଲେ।

By amfnews

Related Post