Sat. Mar 7th, 2026

ବିଜେପିର କୋର କମିଟିର ବୈଠକ ଉପରେ ରହିଛି ଶିବସେନା, ଏନସିପି ଏବଂ କଂଗ୍ରେସର ନଜର

185 Views

ମୁମ୍ବାଇ:ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କଠାରୁ ରାଜ୍ୟର ସବୁଠାରୁ ବଡ଼ ଦଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଆସିବାପରେ ଦଳ ସରକାର ଗଠନ କରିବ କି ନା ତାକୁନେଇ ଚର୍ଚ୍ଚା ଜୋର ଧରିଛି।
ଏହାଉପରେ ନିଜର ମତ ରଖି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଆମକୁ ରାଜ୍ୟପାଳଙ୍କ ତରଫରୁ ପତ୍ର ମିଳିଛି । ଆମର କୋର କମିଟି ଆଜି ବୈଠକ କରିବ ଓ ଆଗାମୀ ଯୋଜନା ସଂପର୍କରେ ଆଲୋଚନା ହେବ । ଏଥିରେ ଦଳ କୌଣସି ନିଷ୍ପତ୍ତି ନେବ। ତାପରେ ସରକାର ଗଠନନେଇ କୌଣସି ଠୋସ ତଥ୍ୟ ସାମନାକୁ ଆସିବ ବୋଲି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି । ଏଣୁ ଆଜି ସାଢ଼େ ୧୨ଟାରେ ଅନୁଷ୍ଠିତ ହେବାକୁ ଥିବା ବିଜେପିର କୋର କମିଟିର ବୈଠକ ଉପରେ ରହିଛି ଶିବସେନା, ଏନସିପି ଏବଂ କଂଗ୍ରେସର ନଜର।

ସୂଚନାଯୋଗ୍ୟ ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୧୦୫ ଆସନ ହାସଲ କରିଛି। ତେବେ ମେଣ୍ଟ ସହଯୋଗୀ ଶିବସେନାର ସହଯୋଗ ନ ମିଳିବାରୁ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୪୫ ହାସଲ କରିବା କଷ୍ଟକର ଥିବା ଦର୍ଶାଇ ବିଜେପି ଏ ଦିଗରେ ତତ୍ପରତା ଦେଖାଇ ନଥିଲା।

By amfnews

Related Post