Sun. Mar 8th, 2026

ବିଜେପିରେ ୫-୬ ଜଣ ମୁଙ୍ଗେରୀଲାଲ ହୋଇଗଲେଣି : ଏସ୍ ବର୍ମା

144 Views

ନୂଆଦିଲ୍ଲୀ : କର୍ଣ୍ଣାଟକରୁ ଗୋଆ ଯାଏଁ କଂଗ୍ରେସ ବିଧାୟକମାନଙ୍କ ଇସ୍ତଫା ଘଟଣାପରେ ଏହା କଂଗ୍ରେସକୁ ଚିନ୍ତାରେ ପକାଇଛି। ଖାସ କରି ଏହାକୁ ନେଇ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ନେତୃତ୍ୱ ହାଇ ଆଲର୍ଟ ଜାରି କରିଛନ୍ତି। ଏ ଦୁଇ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ବିଧାୟକମାନଙ୍କ ସଂଖ୍ୟାରେ ବ୍ୟବଧାନ ବେଶି ନାହିଁ। କେତେକ ସ୍ୱାଧୀନ ବିଧାୟକ ଓ ଛୋଟ ଦଳର ବିଧାୟକ ସମର୍ଥନରେ ଚାଲିଛି ଏ ଦୁଇ ରାଜ୍ୟର କଂଗ୍ରେସ ସରକାର।

ମଧ୍ୟପ୍ରଦେଶର କମଲ ନାଥ ସରକାର ଏସପି,ବିଏସପି ଓ କେତେକ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଚାଲିଛି।ଏଠାରେ କଂଗ୍ରେସର ୧୧୪ ଜଣ ବିଧାୟକ ଥିବା ବେଳେ ବିଜେପିର ଅଛନ୍ତି ୧୦୯ଜଣ ବିଧାୟକ। ମଧ୍ୟପ୍ରଦେଶର ସଂଖ୍ୟା ଗରିଷ୍ଠତା ପାଇଁ ୧୧୬ ଜଣ ବିଧାୟକଙ୍କର ସମର୍ଥନ ଜରୁରୀ। ଏଣୁ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରିବାଲାଗି ବିଜେପି ଚେଷ୍ଟା କରୁଛି ବୋଲି କ୍ଷମତାସୀନ କଂଗ୍ରେସର ଜଣେ ମନ୍ତ୍ରୀ ଏସ୍ ବର୍ମା କହିଛନ୍ତି।

ସେ ବିଜେପି ନେତାମାନଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ ଆଗରୁ ଏଠି ଜଣେ ମୁଙ୍ଗେରୀଲାଲ ଥିଲେ ହେଲେ ଏବେ ବିଜେପିରେ ୫-୬ ଜଣ ମୁଙ୍ଗେରୀଲାଲ ହୋଇଗଲେଣି। ଏବେ ସରକାରକୁ ଆସିବାର ସୁଖଦ ସ୍ବପ୍ନ ଦେଖୁଛନ୍ତି ଶିବରାଜ ସିଂହ, ଗୋପାଳ ଭାର୍ଗବ ଏବଂ ଭୂପେନ୍ଦ୍ର ସିଂହଙ୍କ ଭଳି ନେତା ବୋଲି ଏସ୍ ବର୍ମା କହିଛନ୍ତି।

 

By amfnews

Related Post