Sat. Mar 7th, 2026

ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ

188 Views

ଭୁବନେଶ୍ୱର : ପୂର୍ବତନ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେଇଛନ୍ତି।ସେ ଭୁବନେଶ୍ୱର ରେ ଥିବା ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳର ଉପସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ କେତେକ ନେତା ଉପସ୍ଥିତ ଥିଲେ। ବିଜେପିରେ ଯୋଗ ଦେବାପରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ‘ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ବଡ଼ ସୁଯୋଗ ମିଳିଛି। ଯାହା ଓଡ଼ିଶାପାଇଁ ଶୁଭଙ୍କର ହେବ ତାହା କରିବି ।’

ଏଠାରେ ସୂଚନାଯୋଗ୍ୟ ଯେ ଅଶ୍ୱିନୀଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି ଏବଂ ଗତକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିଥିଲେ। ଏନେଇ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ କଥା ହୋଇଥିବା ନବୀନ ପଟ୍ଟନାୟକ କହିଥିଲେ ।

ସୂଚନାଯୋଗ୍ୟ ଯେ ଅଶ୍ୱନୀ ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ଏହାଛଡ଼ା ୧୯୯୯ ମହାବାତ୍ୟା ସମୟରେ ସେ କଟକର ଜିଲ୍ଲାପାଳ ମଧ୍ୟ ଥିଲେ।

By amfnews

Related Post