Fri. Mar 6th, 2026

‘ବିଜେପି’ରେ # ମି ଠୁ: ଝାଡ଼ଖଣ୍ଡ ବିଧାୟକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କଲେ ମହିଳା ସଙ୍ଗଠନର ନେତ୍ରୀ

448 Views

ରାଞ୍ଚି: ବାଘମରା ବିଧାୟକ ଦୁଲୁ ମହତୋଙ୍କ ବିରୋଧରେ ଧାନବାଦସ୍ଥିତ ବିଜେପି ଝାଡ଼ଖଣ୍ଡ ୟୁନିଟ୍‌ ମହିଳା ସଂଗଠନର ନେତ୍ରୀ ଅସଦାଚରଣ ଅଭିଯୋଗ କରିଛନ୍ତି ବୋଲି କେତେକ ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି।

ଅକ୍ଟୋବର ୩୧ ତାରିଖରେ ସେ ଏଫ୍‌ଆଇଆର୍‌ ଦାଏର କରିଥିଲେ ସୁଦ୍ଧା ଦଳ ଓ ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସେ ଆତ୍ମଦାହ କରିବାକୁ ଉଦ୍ୟମ କରୁଥିଲେ ବୋଲି କୁହାଯାଉଛି।

ଝାଡ଼ଖଣ୍ଡ କଂଗ୍ରେସର ରାଜ୍ୟ ସଂଯୋଜକ ଏବଂ ସାମାଜିକ ଗଣମାଧ୍ୟମ ସେଲ୍‌ କାର୍ଯ୍ୟନିର୍ବାହୀ ମୟୂର ଶେଖର ଝା ଟୁଇଟ୍‌ କରିଥିବା ଭିଡିଓରେ ନେତ୍ରୀଜଣକ ରାହାଧରି କାନ୍ଦୁଥିବା ଦେଖାଯାଉଛି। ନିଜ ଅଫିସ୍‌ରେ ବିଧାୟକ ତାଙ୍କ ଗାଲ, କଟୀ ଆଦି ସ୍ଥାନକୁ ଅଶୋଭନୀୟ ଭାବେ ସ୍ପର୍ଶ କରି ଅସଦାଚରଣ କରିଛନ୍ତି ବୋଲି ସେ ଅଭିଯୋଗ କରୁଛନ୍ତି।

ମହିଳାଜଣକ ଆହୁରି କହୁଛନ୍ତି: ଏଇଟା ମୋର ପ୍ରଥମ ଚେତାବନୀ। ମୋତେ ନ୍ୟାୟ ମିଳୁ ନ ହେଲେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌କୁ ଯିବି। ତୃତୀୟ ଚେତାବନୀ ଦେବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ।

By amfnews

Related Post