Sat. Mar 7th, 2026

ବିଜେପିରୁ ବହିଷ୍କୃତ ହେଲେ ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଧାୟକ କୁଳଦୀପ ସେନ୍‌ଗାର୍‌

208 Views

ନୂଆଦିଲ୍ଲୀ : ଗୁରୁବାର ଦିନ ବିଜେପି ଉତ୍ତର ପ୍ରଦେଶ ବିଧାୟକ କୁଳଦୀପ ସିଂହ ସେନ୍‌ଗାର୍‌ଙ୍କୁ ବହିଷ୍କାର କରିଛି। ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତ ସେନ୍‌ଗାର୍‌ଙ୍କୁ ଦୁଷ୍କର୍ମ ପୀଡ଼ିତାଙ୍କ ଗାଡ଼ି ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବୁଧବାର ଦିନ ସିବିଆଇ ବୁକ୍‌ କରିଥିଲା।

ଚାରି ଥର ବିଧାୟକ ହୋଇଥିବା ସେନ୍‌ଗାର୍‌ ୨୦୧୭ରେ ଜଣେ ୧୯ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି। ରବିବାର ଦିନ ରାଏ ବରେଲିରେ ସେ ମହିଳା, ତାଙ୍କ ଓକିଲ ଏବଂ ତାଙ୍କର ଦୁଇଜଣ ଖୁଡ଼ୀ ଯାତ୍ରା କରୁଥିବା କାର୍‌ ସହ ଗୋଟାଏ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଖାଇଥିଲା। ଫଳରେ ସେ ମହିଳା ଓ ତାଙ୍କ ଓକିଲ ସାଙ୍ଘାତିକ ଆହତ ହେବା ସହ ଅନ୍ୟ ଦୁଇ ମହିଳା ମୃତ୍ୟୁ ବରଣ କରିଥିଲେ।

ବଙ୍ଗାରମାଉର ବିଧାୟକ ଥିବା ସେନ୍‌ଗାର୍‌ଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେବା କାରଣରୁ ଅନେକ ସମାଲୋଚନାର ସରବ୍ୟ ହୋଇଥିଲା। କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାଟି ଏ ପ୍ରସଙ୍ଗକୁ ଲୋକସଭାରେ ଉତ୍‌ଥାପନ କରିଥିଲେ।

 

By amfnews

Related Post