Sat. Mar 7th, 2026
335 Views

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଇଥିବା ନେତା ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିବେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏ ସଂକ୍ରାନ୍ତରେ ରବିବାର ଦିନ ବୈଠକ ବସି ନିଷ୍ପତ୍ତି ପ୍ରାୟ ଚୂଡ଼ାନ୍ତ ହୋଇ ଯାଇଛି। ପୁନର୍ବାର ଆଜି ରାତିରେ ଚୂଡ଼ାନ୍ତ ରଣନୀତି ସମ୍ବନ୍ଧରେ ବୈଠକ ବସିବା ପରେ ବିଜୟଙ୍କୁ ଯେ କୌଣସି ମୁହୂର୍ତ୍ତରେ ଫେରାଇ ଅଣାଯିବ ବୋଲି ଜଣାପଡ଼ିଛି।

ବିଜୟଙ୍କୁ ଦଳକୁ ଫେରାଇ ଆଣିବାକୁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ବହୁ ବିଶିଷ୍ଟ ନେତୃବୃନ୍ଦ ତାଙ୍କ ସହ କିଛି ଦିନ ହେବ ଯୋଗାଯୋଗ ଚଳାଇଥିଲେ।

ପୂର୍ବରୁ ବିଜେପି ନେତା ଗୋଲକ ମହାପାତ୍ର କହିଥିଲେ କି, ବିଜୟ ଇସ୍ତଫା ଦେଇଥିଲେ ମଧ୍ୟ ଭାଜପା ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନାହିଁ।

By amfnews

Related Post