110 Views
ଭୁବନେଶ୍ୱର : ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ୱାବଧାନରେ ବୈଠକ ଚାଲିଛି । ନବୀନ ନୂଆ ଏବଂ ପୁରୁଣା ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ବିଧାୟକମାନେ ନମ୍ର ସରଳ ହେବାସହ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ କହିଛନ୍ତି ।
ତେବେ ଆହୁରି ଏକ ରୋଚକ କଥା ସାମ୍ନା ଆସିଛି । ଜଣେ ମନ୍ତ୍ରୀ ବିଧାୟକଙ୍କୁ ସୁନା ଏବଂ ଗାଡି ଲୋଭ ଛାଡିବାକୁ କହିଛନ୍ତି । ଏନେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସୂଚନା ଦେଇଛନ୍ତି ।
ଅଙ୍ଗଦ କହିଛନ୍ତି ଯେ, ପରାମର୍ଶ ଛଳରେ ଜଣେ ମନ୍ତ୍ରୀ ସୁନା ଚେନ ଏବଂ ଗାଡି ଲୋଭ ଛାଡିବାକୁ କହିଲେ । ଲୋକଙ୍କ ସେବା କରିବା ସହ ଅର୍ଥଲୋଭୀ ନହେବାକୁ ଜଣେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହ ସୁନା ଏବଂ ଟଙ୍କା ପ୍ରତି ଆଶକ୍ତ ହୁଅନାହିଁ ବୋଲି ମନ୍ତ୍ରୀଜଣଙ୍କ କହିଥିଲେ । ତେବେ ସେହି ମନ୍ତ୍ରୀଜଣଙ୍କ କିଏ ସେ କଥା ଅଙ୍ଗଦ କହିନାହାନ୍ତି ।