Thu. Jan 16th, 2025

ବିଜେଡି -ବିଜେପି କଳି ରାଉରକେଲା ବିକାଶରେ ପ୍ରତିବନ୍ଧକ ସାଜିଛି – କଂଗ୍ରେସ

By amfnews Dec 14, 2018 #Featured
604 Views

ରାଉରକେଲା, ୧୪ା୧୨ : ବିଜେଡି-ବିଜେପି ଦଳରେ ଥିବା ନେତାମାନେ ନିଜ ନିଜର ପ୍ରତିଷ୍ଠା ଓ ପତିଆରା ଜାହିର କରିବାକୁ ଯାଇ କଳି କରୁଥିବାରୁ ରାଉରକେଲାର ବିକାଶରେ ତାହା ପ୍ରତିବନ୍ଧକ ସାଜିଛି ବୋଲି ସେକ୍ଟର-୨୧ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳୀନରେ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ କହିଛନ୍ତି । ଶ୍ରୀ ରାୟ କହିଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରରେ ବିଜେପି ରାଜ୍ୟର ବିଜେଡି ଶାସନ ମଧ୍ୟରେ ଦେଖା ଦେଇଥିବା କଳି ତଥା ଉଭୟ ଦଳର ନେତାମାନେ ନିଜ ନିଜର ପତି ଆରା ଜାହିରକୁ ଗୁରୁତ୍ୱ ଦେଇ ଚାଲିଥିବାରୁ ରାଉରକେଲା ବିକାଶ ପଛରେ ପଡିଯାଉଛି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଦ୍ୱିତୀୟ ବ୍ରାହ୍ମଣୀବ୍ରିଜ ଏବଂ ଆଇଜିଏଚକୁ ମେଡିକାଲ କଲେଜ କରିବା ଆଦି ଘଟଣା ।

ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଏକାଧିକବାର ଟେଣ୍ଡର ହୋଇଥିବା ସତ୍ତେ୍ୱ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ କାମ ପାଇଥିବା ଠିକାଦାରମାନେ କାମ ଛାଡି ପଳାଇଯିବା ଏହାର ଜ୍ୱଳନ୍ତ ଉଦାହରଣ ।ସେହିପରି ନିଯୁକ୍ତି କ୍ଷେତ୍ରରେ ମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେବାରେ କୌଣସି ବିଶେଷ ପଦକ୍ଷେପ ନେଇନଥିବା କହିଥିଲେ ରବି ରାୟ । ବେକାର ଯୁବକମାନଙ୍କୁ ନିଯୁକ୍ତି ଦେବାରେ ଅବହେଳା ଓ କଳାଧନ ଭାରତକୁ ଫେରାଇ ଆଣିବାର ପ୍ରତିଶୃତି ଫଳନ କରିବାରେ ମୋଦି ସରକାରର ବିଫଳତା ପାଇଁ ସଦ୍ୟସମାପ୍ତ ହୋଇଥିବା ମଧ୍ୟପ୍ରଦେଶ, ରାଜସ୍ତାନ, ଛତିଶଗଡ ପରି ରାଜ୍ୟରେ ଲୋକେ ବିଜେପିକୁ ବହିଷ୍କାର କଂଗ୍ରେସକୁ ଗ୍ରହଣ କରିଛନ୍ତି ।

ଠିକ ସେହିପରି ଆସନ୍ତା ୨୦୧୯ ନିକଟରେ ମଧ୍ୟ ଓଡ଼ିଶା ଲୋକଙ୍କୁ ଠକିଥିବା ଉଭୟ ବିଜେଡି ଓ ବିଜେପିକୁ ମଧ୍ୟ ଲୋକେ ବହିଷ୍କାର କରି କଂଗ୍ରେସକୁ ବିପୁଳ ମାତ୍ରାରେ ବିଜୟ କରାଇବେ ବୋଲି ଶ୍ରୀ ରାୟ ଆଶା ପ୍ରକାଶ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ନେତା ବାସୁଦେବ ବାନାର୍ଜୀ, ବରିୟମ ସିଂ ସମେତ ବହୁ ନେତା ଓ କର୍ମୀମାନେ ଉପସ୍ଥିତଥିଲେ ।

By amfnews

Related Post