189 Views
ଭୁବନେଶ୍ୱର, ଜୁନ ୧ :ମହାନଦୀ ପ୍ରସଙ୍ଗରେ ଛତିଶଗଡ ଭୁଲ କରିଥିବା ନେଇ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ହନୁ ମଲା ବେଳେ ସତ କଥା କୁହେ ବୋଲି ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି ବିଜେଡି ସାଂସଦ ପ୍ରତାପ କେଶରୀ ଦେବ । ଏହା ସହ ମହାନଦୀକୁ ନେଇ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ନୁହେଁ ବୋଲି କହିଛନ୍ତି ଶ୍ରୀ ଦେବ । ଆହୁରି ମଧ୍ୟ ଟ୍ରିବ୍ୟୁନାଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଲ ତଥ୍ୟ ଦେଇଥିବା ଶ୍ରୀ ଦେବ ଅଭିଯୋଗ କରିଛନ୍ତି । ବିଜେଡି ପଦଯାତ୍ରାର ପ୍ରତିଫଳନ ସ୍ୱରୂପ ବିଜେପି ବର୍ତମାନ ପଛଘୁଂଚା ଦେଲାଣି ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଶ୍ରା ପ୍ରତାପ ଦେବ ।
ସୂଚନାଯୋଗ୍ୟ କି, ଆଜି ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କିଛି ଦିନ ତଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିବା ସହ ଭୁଲ କରିଥିବା କହିଥିଲେ ।