Tue. Mar 10th, 2026

ବିଜେଡିରେ ସାମିଲ ହେଲେ ପ୍ରଣୟ ସାହୁ

300 Views

ଭୁବନେଶ୍ୱର, ଜାନୁଆରୀ ୨୨ : ଗତ ବିଜେପୁର ଉପ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇ ତିନି ନମ୍ବର ସ୍ଥାନରେ ଥିବ ପ୍ରଣୟ ସାହୁ ଆଜି ସକାଳେ ବିଜେଡ଼ିରେ ସାମିଲ ହୋଇଛନ୍ତି। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ଶ୍ରୀ ସାହୁ ଆଜି ନବୀନ ନିବାସ ଯାଇ ବିଜେଡ଼ିରେ ବିଧିବଦ୍ଧ ଭବେ ସାମିଲ ହାଇଛନ୍ତି। ଶ୍ରୀ ସାହୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ବିଜେଡିରେ ସାମିଲ ହୋଇଛନ୍ତି। ଏହି ସମୟରେ ତାଙ୍କ ସହିତ ବିଜେପୁର ବିଧାୟିକା ରୀତା ସାହୁ ମଧ୍ୟ ଉପସ୍ଥିିତ ଥିଲେ।
ସୂଚନାଯୋଗ୍ୟ ଯେ ୨୦୧୪ ନିର୍ବାଚନରେ କଂଗ୍ରେସ ଦଳ ଟିକେଟରେ ନିର୍ବାଚନ ଳଢ଼ି ବିଜୟୀ ହୋଇଥିିବା ସୁବଳ ସାହୁଙ୍କର ଅକାଳ ମୃତ୍ୟୁ ହେବାରୁ ୨୦୧୮ ମସିହାରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଉପନିର୍ବାଚନ ପୂର୍ବରୁ ସ୍ୱଗର୍ତ ସାହୁଙ୍କ ବିଧବା ରୀତା ସାହୁ କଂଗ୍ରେସ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ। ତାଙ୍କୁ ମଧ୍ୟ ବିଜେଡ଼ି ପକ୍ଷରୁ ଉପନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା। ତେବେ ଏହି ଉପନିର୍ବାଚନରେ ବିଜେପିରୁ ଅଶୋକ ପାଣିଗାହୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ କଂଗ୍ରେସ ଦଳରୁ ପ୍ରଣୟ ସାହୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଶୋକ ପାଶିଗ୍ରାହୀଙ୍କ ଠାରୁ ୪୧ ହଜାର ଅଧିକ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦ ହଜାର ଭୋଟ୍‌ ପାଇଥିଲେ। ତେବେ ବଦଳୁଥିବା ରାଜ୍ୟ କଂଗ୍ରେସର ରାଜନୀତି ପରିପ୍ରେକ୍ଷୀରେ ଶ୍ରୀ ସାହୁ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଆଜି ନବୀନ ନିବାସରେ ଶ୍ରୀ ସାହୁ ବିଜେଡିରେ ସାମିଲ ହୋଇଛନ୍ତି।

By amfnews

Related Post