Tue. Dec 24th, 2024

ବିଜେଡିରେ ମହା ମିଶ୍ରଣ ପର୍ବ।୫ ଶହରୁ ଉର୍ଦ୍ଧ୍ବ କର୍ମୀ ବିଜେଡିରେ ମିଶିଲେ। ଜନ ସମ୍ପର୍କ ପଦଯାତ୍ରା ଓ ପଞ୍ଚାୟତ ସ୍ତରୀୟ କର୍ମଶାଳା ଅନୁଷ୍ଠିତ।

By amfnews Oct 31, 2018 #Featured
171 Views

ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ତରଫରୁ ତତ୍ପରତା ଦେଖାଦେଇଛି।ପ୍ରତ୍ୟେକ ଦିନ ଗାଁ ଗଣ୍ଡା ଗଳିକନ୍ଦିରେ ରାଜନେତା ମାନଙ୍କ ଭିଡ ଲାଗି ରହିଛି।ଏଥିରେ ବିଜେଡି ଦଳ ସମସ୍ତଙ୍କୁ ପଛରେ ପକାଇ ସବୁ ଦିନ ପ୍ରତ୍ୟେକ ଗାଁରେ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ କରୁଛନ୍ତି।ମାଲକାନଗିରି ବିଧାୟକ ମାନସ ମାଡ଼କାମିଙ୍କ ବଳିଷ୍ଠ ନେତୃତ୍ବରେ ୫୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ ଓ ବିଜେପିର ସକ୍ରିୟ କର୍ମକର୍ତ୍ତା ଦଳ ଛାଡି  ମାଲକାନଗିରି ଜିଲ୍ଲା ବିଜୁଜନତା ଦଳରେ ସାମିଲ୍ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ବରିଷ୍ଠ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ବରେ ୨୫୦ ଜଣ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ନେଇ ମାଲକାନଗିରି ଜିଲ୍ଲା ବିଜୁଜନତା ଦଳରେ ସାମିଲ ହୋଇଥିବା ବେଳେ କଂଗ୍ରେସର ପୂର୍ବତନ ମାଲକାନଗିରି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା ପଡିଆ ବ୍ଲକ ର ଅଧ୍ୟକ୍ଷା ପୁଷ୍ପାରାଣୀ କବାସୀ ଓ କଂଗ୍ରେସର ଏସ୍ଟି ସେଲ୍  ଜିଲ୍ଲା ଅଧ୍ୟକ୍ଷ ଈର୍ମା ପଡ଼ିଆମୀଙ୍କ  ନେତୃତ୍ବରେ ୨୫୦ ଜଣ କଂଗ୍ରେସ ଓ ବିଜେପିର ସକ୍ରିୟ କର୍ମକର୍ତ୍ତା ଏକା ସାଙ୍ଗରେ ଦଳବଳ ସହ ବିରାଟ ପଟୁଆରରେ ୫୦୦ ଜଣ ସକ୍ରିୟ କଂଗ୍ରେସ ଓ ବିଜେପି କର୍ମୀ ମାର୍କପାଲ୍ଲୀ ହାଟ ପଦା ପଡିଆ ଠାରେ ୬ ଗୋଟି ଗ୍ରାମ ପଞ୍ଚାୟତ କୁ ନେଇ ଅନୁଷ୍ଠିତ ହେଉଥିବା ଜନ ସମ୍ପର୍କ ପଦଯାତ୍ରା ,ପଞ୍ଚାୟତ ସ୍ତତୀୟ କର୍ମଶାଳା ଓ ମିଶ୍ରଣ ପର୍ବରେ ବିଧାୟକ ମାନସ ମାଡକାମି ଙ୍କ ବଲିଷ୍ଠ ନେତୃତ୍ବରେ ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ୍ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷା ରାଜବନ୍ତ କୌର ,ଜିଲ୍ଲା ମହିଳା ସଭାନେତ୍ରୀ ପଦ୍ମିନୀ ମୁଦୁଲି ,ଜିଲ୍ଲା ପରିଷଦ ସଭ୍ୟା ଦହନା ତାଙ୍ଗୁଲ,ବରିଷ୍ଠ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗଣେଶ ମଣ୍ଡଳ ,ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ଆଚାର୍ଯ୍ୟ ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ,ଜିଲ୍ଲା କୋଷାଧ୍ୟକ୍ଷ ପ୍ରୀତପଲ ସିଂ , ବ୍ଲକ ସଭାପତି ସର୍ବ ବିଶୋଇ ,ବରିଷ୍ଠ ବିଜେଡି ନେତା ହିମାଂଶୁ ସାମଲ , ସାଂସଦ ପ୍ରତିନିଧି ପିତମ ଗୋଟେ, ଯୁବ ବ୍ଲକ ସଭାପତି ବିଭାନଶୁ ସାମଲ ,ହାତୀରାମ ଗାଡ଼ଲି,ପର୍ଯ୍ୟବେକ୍ଷକ ମୋହମଦ କାରୀମ୍ ,ସଭା ପରିଚାଳନା କରୁଥିଲେ ଶିବ ଖେମୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ।ଆଜିର ଏହି ମହା ମିଶ୍ରଣ ଅବସରରେ ୫ ହଜାରରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଉକ୍ତ ପଦଯାତ୍ରା ରେ ଯୋଗ ଦେଇଥିଲେ।

By amfnews

Related Post