Fri. Mar 6th, 2026

ବିଜେଡିରୁ ବହିଷ୍କାର ହେବା ପରେ ମୁହଁ ଖୋଲିଲେ ଦାମ

303 Views

ଭୁବନେଶ୍ୱର  : ବିଜୁ ଜନତା ଦଳରୁ ବୁଧବାର ବହିଷ୍କୃତ ହେବା ପରେ ବରିଷ୍ଠ ନେତା ଡ. ଦାମୋଦର ରାଉତ ମୁହଁ ଖୋଲିଛନ୍ତି। ପ୍ରତିକ୍ରିୟାରେ ଦାମ କହିଛନ୍ତି, ବହିଷ୍କାରର କାରଣ ମୁଁ ଜାଣି ନାହିଁ। ମୋତେ ମନ୍ତ୍ରୀମଣ୍ଡଳରୁ ବି ବିଦା କରାଯାଇଥିଲା। ମୋତେ ଉପସଭାପତି ପଦରୁ ମଧ୍ୟ ବିଦା କରାଯାଇଥିଲା। ମୋ ସହ ଦଳର କୌଣସି ନେତା ସମ୍ପର୍କରେ ନଥିଲେ। ମୋର କାହା ବିରୋଧରେ କିଛି କହିବାର ନାହିଁ ବୋଲି ଦାମ କହିଛନ୍ତି। ସାର୍ବଜନିକ ଜୀବନରେ ଥିଲି ଓ ରହିବି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

ସୂଚନାଯୋଗ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଜଗତସିଂହପୁର ଜିଲ୍ଲାର ପାରଦୀପ ବିଧାୟକ ଦାମଙ୍କୁ ବହିଷ୍କୃତ କରାଯାଇଛି। ବିଜୁ ଜନତା ଦଳ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଏହା ଜଣାଇଛନ୍ତି।ଦାମ ରାଉତଙ୍କ ବହିଷ୍କାର ପରେ ବିଜେଡି ମୁଖପାତ୍ର ସମୀର ଦାଶ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିଜେଡି ମୁଖପାତ୍ର ସମୀର କହିଛନ୍ତି, ଦାମ ଗଣମାଧ୍ୟମରେ ଦଳ ବିରୋଧରେ କହୁଥିଲେ। ଦାମଙ୍କ ବହିଷ୍କାର ନିଷ୍ପତ୍ତି ଯଥାର୍ଥ ବୋଲି ସେ କହିଛନ୍ତି। ତାଙ୍କ କଥା ଓ ଉପସ୍ଥାପନା ଦଳ ବିରୋଧୀ ଥିଲା ବୋଲି  ସମୀର କହିଛନ୍ତି।

By amfnews

Related Post