199 Views
ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲା କ୍ରିଡା କମ୍ପ୍ଲେକ୍ସ ଠାରେ ବିଜୁ ଯୁବ ବାହିନୀ ପକ୍ଷରୁ “ମୁଁ ହିରୋ,ମୁଁ ଓଡିଶା” କାର୍ଯ୍ୟକ୍ରମ ର ବିଧିବଦ୍ଧ ଭାବେ ଶୁଭାରମ୍ଭ ହୋଇଯାଇଛି।
ମୁଁ ହିରୋ,ମୁଁ ଓଡିଶା କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ହେଉଛି ଯୁବପିଢ଼ି ମାନେ ଯେତେବେଳେ ସ୍ୱପ୍ନ ଦେଖୁଛ ବଡ ବଡ ସ୍ୱପ୍ନ ଦେଖ,ବଡ ସ୍ୱପ୍ନ ଦେଖିଲେ ବଡ କାର୍ଯ୍ୟ ସମ୍ପାଦନ କରିହବ।
ସ୍ଥାନୀୟ କ୍ରିଡା କମ୍ପ୍ଲେକ୍ସ ଠାରେ ଜିଲ୍ଲା ସ୍ତରୀୟ ସ୍କୁଲ କଲେଜର ୫ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ,ସ୍ୱତନ୍ତ୍ର ଆଦିବାସୀ ବିକାଶ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା,ଏପିଡି ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ମିଶ୍ର,ଜିଲ୍ଲା କ୍ରିଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ନିଜର ପ୍ରତିଭାକୁ କିପରି ଲୋକ ଲୋଚନକୁ ଆଣି ଜିଲ୍ଲା,ରାଜ୍ୟ ଏବଂ ଦେଶର ମାନ ପ୍ରତିଷ୍ଠା କରିପାରିବେ ବୋଲି ବୁଝାଇଥିଲେ।
ଏହା ସହ ରାଜ୍ୟ ସରକାରଙ୍କ କ୍ରିଡା ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲା କ୍ରିଡା କମ୍ପ୍ଲେକ୍ସ ଠାରେ ଏକ ୪୦୦ ମିଟର ର ସିନ୍ଥେଟିକ ଦୌଡ ମାର୍ଗ ନିର୍ମାଣ ପାଇଁ ପ୍ରସ୍ତାବିତ ହୋଇଥିବା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଘୋଷଣା କରିଥିଲେ।ଏହା ଦ୍ୱାରା ଅନେକ ନୂତନ ପ୍ରତିଭା ସୃଷ୍ଟି ହୋଇ ପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।
ମୁଁ ହିରୋ କାରଭାଁ ଗାଡିର ରିବନ କାଟି ମୁଁ ହିରୋ କାମ୍ପେନ ଗାଡିକୁ ଜିଲ୍ଲାରେ ସ୍ୱାଗତ ଜଣାଯାଇଥିଲା। ଜିଲ୍ଲାରେ ନିଜର ଭିନ୍ନ ପ୍ରତିଭା ଏବଂ ନିଜର କର୍ମ ବଳରେ ଜିଲ୍ଲାର ଗର୍ବ ଗାରିମା ଆଣିଛନ୍ତି ସେହିପରି ୫ ଜଣଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ସେମାନେ ହେଲେ ଶିରିଶା କାରାମି( ଭଲି ବଲ ଖେଳାଳି),ଲକ୍ଷ୍ମୀ ସୋଢି(ଜୁଡୋ ଖେଳାଳି),ସୁଜିତ ପାଣିଗ୍ରାହୀ( ସାମାଜିକ କର୍ମୀ),ବାଦଲ ମାଝି(ସାମାଜିକ କର୍ମୀ) ଏବଂ ମମତା ପଡିଆମି(ସାହାସିକତା) ସମ୍ମାନିତ ହୋଇଥିଲେ।ଏଥିସହିତ ଏଠାରେ ଉପସ୍ଥିତ ଥିବା ୫ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ସମ୍ମାନିତ ହୋଇଥିଲେ।
ମାଲକାନଗିରି ଜିଲ୍ଲାରେ ମୁଁ ହିରୋ କାରଭାଁ ଗାଡିକୁ ଶୁଭାରମ୍ଭ ପରେ ଅନ୍ୟ ବ୍ଲକ ଗୁଡିକରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।ଆସନ୍ତା କାଲି କାଲିମେଳା ବ୍ଲକ ହୋଇ ପ୍ରତିଦିନ ଗୋଟିଏ ଗୋଟିଏ ବ୍ଲକରେ କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା ରହିଛି।କାଲିମେଳା ପରେ ପଡିଆ, କୋରୁକୋଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ ଏବଂ ଶେଷରେ ମାଥିଲି ବ୍ଲକରେ କାର୍ଯ୍ୟକ୍ରମ ସାରି ନବରଙ୍ଗପୁର ଏବଂ ରାୟଗଡା ଯିବାର କାର୍ଯ୍ୟକ୍ରମ ରହିଛି।
ଏହି କାର୍ଯ୍ୟକ୍ରମକୁ ଶ୍ୟାମ ସୁନ୍ଦର ନାୟକ ପରିଚାଳନା କରିଥିବା ବେଳେ ବିଜୁ ଯୁବ ବାହିନୀର ସମସ୍ତ ବ୍ଲକର କର୍ମକର୍ତ୍ତା, ପୌରପରିଷଦ କର୍ମକର୍ତ୍ତା ସହିତ ବିଜୁ ଯୁବ ବାହିନୀର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।