Sun. Apr 20th, 2025

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା।

By amfnews Oct 29, 2018 #Featured
246 Views

ମାଲକାନଗିରି ,୨୯/୧୦  : ମାଲକାନଗିରି ଜିଲ୍ଲା ବିଜୁଜନତା ଦଳର ସଭାପତି ତଥା ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ କାଲିମେଳା ବ୍ଲକ ର ୪ଗୋଟି ଗ୍ରାମ ପଞ୍ଚାୟତ ବଦଲି ,ଚିତ୍ରାଙ୍ଗପାଲ୍ଲୀ, ଗୁମକା ଓ ମାନ୍ଦାପାଲ୍ଲୀ ଗ୍ରାମ ପଞ୍ଚାୟତ କୁ  ନେଇ  ବଦଲି ଗ୍ରାମ ପଞ୍ଚାୟତ ଠାରୁ ପୋଟେରୁ ନର ନାରାୟଣ ମନ୍ଦିର ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା କରି ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା  ।
ଉକ୍ତ ସାଧାରଣ ସଭାରେ ବିଧାୟକ ମାନସ ମାଡକାମି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଶା ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଵିଶେଷ କରି ଆମ ଗାଁ ଆମ ବିକାଶ ,ଆମ ସହର ଆମ ଉନ୍ନତି ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ,ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରୁ ବାଦ ପଡିଥିବା ସବୁ ଜଗ୍ୟ ପରିବାରଙ୍କୁ ରାସନ କାର୍ଡ ଯୋଗାଇ ଦେବା ପାଇଁ ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଓ ବିଶେଷ କରି ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା ,ଧାନର ସହାୟକ ମୂଲ୍ୟ ବୃଦ୍ଧି ନ କରିବା ,ଡିଜେଲ ,ପେଟ୍ରୋଲ ଓ ରନ୍ଧନ ଗ୍ୟାସ୍ ଅହେତୁକ ଦର ବୃଦ୍ଧି ସାଧାରଣ ଖାଉଟି ଏବଂ ଗୃହିଣୀଙ୍କ ଉପରେ ଆର୍ଥିକ ବୋଝ ଲଦିବା ଭଳି ବହୁ ବିଷୟରେ ଉକ୍ତ ସଭାରେ ଲୋକମାନଙ୍କୁ ବିଧାୟକ ମାନସ ମାଡକାମି ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ।
ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା,ଜିଲ୍ଲା ସଂଯୋଜକ ତଥା ପୂର୍ବତନ ମେୟର ରାଜେନ୍ଦ୍ର ଆଚାର୍ଯ୍ୟ ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗଣେଶ ମଣ୍ଡଳ ,କାଲିମେଳା ବ୍ଲକ ସଭାପତି ଇ. ଭେଙ୍କେଟ ରାଓ ,ବିଧାୟକ ପ୍ରତିନିଧି ବିପ୍ଲବ ବିଶ୍ୱାସ ,ବ୍ଲକ ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ ,କାଲିମେଳା ପର୍ଯ୍ୟବେକ୍ଷ ମନୋଜ ମାଳି ,ପଡିଆ ପର୍ଯ୍ୟବେକ୍ଷକ ଚନ୍ଦ୍ରମୋହନ ସାହୁ ,ମାଲକାନଗିରି ନିର୍ବାଚନ ମଣ୍ଡଳୀ ସଂଯୋଜକ ଧନୁର୍ଜୟ ମାଡକାମି ,ବରିଷ୍ଠ ବିଜେଡି କର୍ମୀ ବାବାଜି ମଲ୍ଲିକ ,ସ୍ଥାନୀୟ ସମସ୍ତ ସରପଞ୍ଚ ,ସମିତି ସଭ୍ୟ, ୱାର୍ଡ ସଭ୍ୟ ଓ ସମସ୍ତ ୨୧ ଜଣିଆ ୱାର୍ଡ କମ୍ମିଟି ସଭ୍ୟ,ସଭ୍ୟା ଓ ଏକ ହଜାର ରୁ ଉର୍ଦ୍ଧ୍ବ ଜନ ସାଧାରଣ ପଦଯାତ୍ରରେ ସାମିଲ୍ ହୋଇଥିଲେ ।

By amfnews

Related Post