Wed. Nov 27th, 2024
133 Views

ନୂଆଦିଲ୍ଲୀ  : ବନ୍ୟା ଯୋଗୁ ଆସାମର ସ୍ଥିତି ଖରାପ ହୋଇଥିବା ବେଳେ ଏଥିରୁ ଜାତୀୟ ଉଦ୍ୟାନ ‘କାଜିରଙ୍ଗା’ ବି ବର୍ତ୍ତିନି। ଅତ୍ୟଧିକ ବର୍ଷା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନ ପାଣି ଘେରରେ ରହିଛି। ତେଣୁ ଉଦ୍ୟାନରେ ଥିବା ପଶୁମାନେ ସୁରକ୍ଷିତ ସ୍ଥାନକୁ ପଳାଇ ଯାଉଥିବା ଦେଖିବାକୁ ମିଳିଛି। ସୁରକ୍ଷିତ ସ୍ଥାନ ଖୋଜି ଏକ ମହାବଳ ବାଘ ଏକ ଘର ଭିତରେ ପଶି ଯାଇଛି। ଉକ୍ତ ଘରେ ଥିବା ଏକ ବିଛଣାରେ ସେ ବସିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଆଜି ଓ୍ୱାଇଲଡ୍ ଟ୍ରଷ୍ଟ୍‌ ଇଣ୍ଡିଆ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ୍‌ କରାଯାଇଛି। ଏହି ଫଟୋ ଟ୍ୱିଟରରେ ପୋଷ୍ଟ୍ ହେବା ମାତ୍ରେ ଭାଇରାଲ୍ ହୋଇଛି।

 

Wildlife Trust India@wti_org_india

our vet @samshulwildvet is making plans with @kaziranga_ to tranquilise a that has entered a house and is relaxing on a bed! bring in unusual guests! Zoom in to see wish them luck! @action4ifaw @deespeak

View image on TwitterView image on Twitter

Wildlife Trust India@wti_org_india

Our vet @samshulwildvet is on a mission to tranquilise this to get him out of bed! Anyone else see the irony? 😆 ☝this thread is all abput good work done @vivek4wild@action4ifaw @VishalDadlani @deespeak @_AdilHussain @DevrajSanyal +

View image on Twitter

କାଜିରଙ୍ଗା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି ଯେ ବନ୍ୟା ଯୋଗୁ ଏହାର ୯୫ ପ୍ରତିଶତ ସ୍ଥାନ ପାଣି ଘେରରେ ରହିଛି। ବନ୍ୟା ଯୋଗୁ ୩୦ଟି ପଶୁଙ୍କ ମୃତ୍ୟୁ ହୋଇସାରିଛି। କିଛି ବର୍ଷ ପୂର୍ବେ ବନ୍ୟା ଯୋଗୁ ଏହି ଜାତୀୟ ଉଦ୍ୟାନରେ ୩୬୦ ପଶୁ ମରି ଯାଇଥିଲେ।

By amfnews

Related Post