Sat. Mar 7th, 2026

ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼ ମାରି କନଷ୍ଟେବଲ ନିଲମ୍ୱିତ

239 Views

ବୌଦ୍ଧ : ମହଙ୍ଗା ପଡିଲା ବିଚ୍ ରାସ୍ତାରେ ଯୁବକଙ୍କୁ କନଷ୍ଟେବଲ୍‌ଙ୍କ ମାଡ଼ ମାରିବା ଘଟଣା। ସୋଶାଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ କନଷ୍ଟେବଲ୍‌ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବୌଦ୍ଧ ଏସ୍‌ପି ସୂଚନା ଦେଇଛନ୍ତି।  ତାଙ୍କ ନାଁ ରଞ୍ଜନ ମହାପାତ୍ର।

ସୂଚନା ଅନୁସାରେ, ଗତକାଲି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ତିନି ଜଣ ଯୁବକ ବୌଦ୍ଧ ସହରସ୍ଥିତ ସେଣ୍ଟ୍ରାଲ ସ୍କୁଲ ନିକଟରେ ଠିଆ ହୋଇ କମେଣ୍ଟ ମାରୁଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହାପରେ ଏକ ପିସିଆର୍ ଭ୍ୟାନ୍‌ରେ ପୁଲିସ୍‌ ପୋଷାକ ପିନ୍ଧି  ଦୁଇ କନଷ୍ଟେବଲ ଆଉ ଜଣେ ସାଧା ପୋଷାକ ପିନ୍ଧା  କନଷ୍ଟେବଲ ଆସିଥିଲେ।

ତିନି ଜଣ ଯୁବକଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ସାଧା ପୋଷକଧାରୀ ପୁଲିସ୍ କନଷ୍ଟେବଲ ଏକ ମୋଟା ପ୍ଲାଷ୍ଟିକ୍‌ ପାଇପ ଧରି ନିସ୍ତୁକ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।  ଏମିତିକି ପିସିଆର ଭ୍ୟାନ୍‌ ପାଖରେ ଆଉ ଦୁଇ ଜଣେ କନଷ୍ଟେବଲ ଠିଆ ହୋଇଥିଲେ ମଧ୍ୟ ସେମାନେ ନିରବଦ୍ରଷ୍ଟା ସାଜିଥିଲେ। ଏନେଇ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଅନ୍ୟପକ୍ଷରେ ଏହି ତିନି ଜଣ ଯୁବକଙ୍କୁ ବୌଦ୍ଧ ଟାଉନ୍ ଥାନାରେ ଅଟକ ରଖାଯାଇଛି।

By amfnews

Related Post