Sat. Mar 7th, 2026

ବିଚ୍ଛିନ୍ନତାବାଦୀଙ୍କଠୁ କାଢି ନିଆଗଲା ସୁରକ୍ଷା ବ୍ୟବସ୍ଥା

313 Views

ନୂଆଦିଲ୍ଲୀ,ଫେବୃଆରୀ୧୭ : ପୁଲଓ୍ଵାମା ହମଲାକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛନ୍ତି।  ପ୍ରଶାସନ ପକ୍ଷରୁ ସମସ୍ତ ବିଚ୍ଛିନ୍ନତାବାଦୀ ନେତାଙ୍କୁ ମିଳୁଥିବା ସୁରକ୍ଷାକୁ କାଢି ନିଆଯାଇଛି। ଏଥିରେ ମୀରଜାବାଇ ଉମର ଫାରୁକ, ସବିର ଶାହ, ହାସିମ କ୍ୟୁରେସି, ବିଲାଲ ଲୋନ ଓ ଅବଦୁଲ ଗନି ଭଟ୍ଟ ସାମିଲ। ଅଧିକାରୀ ରବିବାର କହିଛନ୍ତି ଯେ, ଏହି ପାଞ୍ଚ ନେତା ଏବଂ ଅନ୍ୟ ବିଚ୍ଛିନ୍ନତାବାଦୀ ନେତାଙ୍କୁ କୌଣସି ପ୍ରକାରର ସୁରକ୍ଷା ଦିଆଯିବ ନାହିଁ।

ଉଲ୍ଲେଖଯୋଗ୍ୟ, ପୁଲଓ୍ଵାମା ହମଲା ପରେ କାଶ୍ମୀର ପହଞ୍ଚିଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ କରଥିଲେ ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି(ଆଇଏସଆଇ) ସହ ସଂପର୍କ ରଖୁଥିବା ଲୋକଙ୍କୁ ଦିଆଯାଉଥିବା  ସୁରକ୍ଷାର ସମୀକ୍ଷା କରାଯିବ। ଏହା ପୂର୍ବରୁ ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପ୍ରସ୍ତାବ କ୍ରମେ ଏମିତି  ବ୍ୟକ୍ତିଙ୍କୁ ମିଳିଥିବା ସୁରକ୍ଷାର ସମୀକ୍ଷା କରାଯାଇଛି, ଯେଉଁମାନଙ୍କ ଉପରେ ଆଇଏସଆଇ ସହ ସମ୍ବନ୍ଧ ଥିବାର ସନ୍ଦେହ କରାଯାଇଥିଲା।

ଜାମ୍ମୁ ଓ କାଶ୍ମୀର ସରକାରର ଗୃହ ସଚିବ  ବିଚ୍ଛିନ୍ନତାବାଦୀଙ୍କୁ ମିଳିଥିବା ସୁରକ୍ଷାର ସମୀକ୍ଷା କରିବା ପରେ ଏହି ନିର୍ଣ୍ଣୟ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଅଧିକାଂଶ ବିଚ୍ଛିନ୍ନତାବାଦୀଙ୍କୁ ଜମ୍ମୁ ଓ କାଶ୍ମୀର ପୋଲିସ ସୁରକ୍ଷା ଉପଲବ୍ଧ କରାଇଥାଏ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଶ୍ରୀନଗରରେ କହିଥିଲେ ଯେ ପାକିସ୍ତାନ ଓ ଏହାର ଗୁଇନ୍ଦା ଏଜେନ୍ସି ଆଇଏସଆଇଠୁ ଅର୍ଥ ନେଉଥିବା ଲୋକଙ୍କୁ ମିଳିଥିବା ସୁରକ୍ଷାର ସମୀକ୍ଷା କରାଯିବ। ଜମ୍ମୁ ଓ କାଶ୍ମୀରରେ କିଛି  ଲୋକ ଆଇଏସଆଇ ଓ ଆତଙ୍କୀ ସଂଗଠନ ସହ ସଂପର୍କ ରହିଛି। ଏବେ ଏହାର ତଦନ୍ତ କରାଯିବ ବୋଲି ରାଜନାଥ କହିଥିଲେ। ସୂଚନାଯୋଗ୍ୟ, ଗୁରୁବାର କାଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଜୈଶ ଏ ମହମ୍ମଦର ଆତ୍ମଘାତୀ ହମଲାରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ।

By amfnews

Related Post