Fri. Mar 6th, 2026

ବିଗ୍‌ ବସ ରିଆଲିଟି ସୋ’ରେ କିପରି ସାମିଲ୍‌ ହୋଇଥିଲେ ସଲମାନ୍‌ ଖାନ୍‌ ?

267 Views

ମୁମ୍ବାଇ: ସଲମାନ୍‌ ଖାନଙ୍କ ବିଗ୍‌ ବସ ରିଆଲିଟି ସୋ’ର ପ୍ରସାରଣ ଗତ ୧୬ ତାରିଖରୁ ଆରମ୍ଭ ହୋଇଛି। ହେଲେ ଆପଣ ଜାଣନ୍ତି କି ଏହି ସୋ’ର ପ୍ରଥମ ହୋଷ୍ଟ ନ ଥିଲେ । ଏହାର ପ୍ରଥମ ସଂଚାଳକ ଥିଲେ ଅଭିନେତା ଅରସାଦ୍‌ ଓ୍ଵାରସୀ। ପ୍ରଥମେ୨୦୦୬ ମସିହା ନଭେମ୍ବର ୩ ତାରିଖରେ ଏହି ରିଆଲିଟି ସୋ’ର ପ୍ରସାରଣ ଆରମ୍ଭ ହୋଇଥିଲା ସୋନି ଟିଭିରେ। ଏହାର ଗ୍ରାଣ୍ଡ ଫିନାଲେ ୨୦୦୭ ଜାନୁଆରି ୨୬ ତାରିଖରେଅନୁଷ୍ଠିତ ହୋଇଥିଲା। ‘ବିଗ୍‌ବସ୍‌’ର ପ୍ରଥମ ହୋଷ୍ଟ୍‍ ଥିଲେ ଅରସାଦ୍‌ ଓ୍ଵାରିସୀ।


ଯେତେବେଳେ ଏହାକୁ ବଡ଼ ଆକାରରେ ତିଆରି କରାଯିବାଲାଗି ସ୍ଥିର କରାଗଲା ସେତେବେ ସଲମାନ୍‌ ଖାନଙ୍କର ଏଣ୍ଟ୍ରି ହୋଇଥିଲା ଏହି ସୋ’ରେ।‘ବିଗ୍‌ବସ୍‌-ସିଜିନ୍‌-୪’ ରେ ପ୍ରଥମେ ସଲମାନ୍‌ ଖାନ୍‌ଙ୍କୁ ଏହାର ହୋଷ୍ଟ୍‍ ଭାବେ ପ୍ରଥମେ ଦେଖିବାକୁ ମିଳିଥିଲା । ଏହାପରଠୁଁ ପ୍ରତିଟି ସିଜିନରେ ସଲମାନ୍‌ ଖାନ୍‌ ହୋଷ୍ଟ ଭାବେ ଏହି ରିଆଲିଟି ସୋ’ରେ ନଜର ଆସୁଛନ୍ତି । ସିଜିନ୍‌-୧୨ର ମଧ୍ୟ ହୋଷ୍ଟ ଭାବେ ଦେଖିବାକୁ ମିଳୁଛନ୍ତି ସଲମାନ୍‌ ଖାନ୍‌। ତେବେ ଆପଣ ଜାଣନ୍ତି କି ସିଜିନ୍‌ -୫ରେ ସଲମାନ୍‌ ଖାନ୍‌ଙ୍କ ସହିତ ସଂଜୟ ଦତ୍ତ ହୋଷ୍ଟ ବି ବନିଥିଲେ।
ଏାଂରେ ସୂଚନାଯୋଗ୍ୟ ଯେ ବିଗ୍‌ ବସ ରିଆଲିଟି ସୋ’ ହେଉଛି ନେଦରଲାଣ୍ଡସ୍‌ ଟିଭିରେ ପ୍ରସାରିତ ‘ବିଗ୍‌ ବ୍ରଦର’ ସୋ’ର ନକଲ।

By amfnews

Related Post