Sat. Mar 7th, 2026

ବିକାଶମୂଳକ ପ୍ରକଳ୍ପ ସଂଖ୍ୟା, ପାଞ୍ଚ ନମ୍ବରରେ ଓଡ଼ିଶା

194 Views

ନୂଆଦିଲ୍ଲୀ, ନଭେମ୍ବର ୨୪: ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଦେଶର ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା। ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ତାମିଲନାଡୁ, ଉତ୍ତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶ ରହିଛନ୍ତି। କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ପଶ୍ଚିମ ବଙ୍ଗ ଓ ଛତିଶଗଡ଼ ଠାରୁ ଓଡ଼ିଶା ଉନ୍ନତ ପ୍ରଦର୍ଶନ କରିଛି। କେୟାର ରେଟିଂସ୍‌ର ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି ‌ଯେ, ଓଡ଼ିଶାରେ ୭୯ଟି ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି। ୧୨୯ଟି ପ୍ରକଳ୍ପ ସହିତ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ରହିଛି।

ଏହି ରିପୋର୍ଟ ପ୍ରସ୍ତୁତ କରିବା ବେଳେ କେବଳ ୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବଡ଼ ପ୍ରକଳ୍ପଗୁଡ଼ିକୁ ବିଚାରକୁ ନିଆଯାଇଛି। ଏବେ ଦେଶରେ ମୋଟ ୧୩୬୧ଟି ବିକାଶମୂଳକ ପ୍ରକଳ୍ପ କାମ ଜାରି ରହିଛି। ଏହି ସବୁ ପ୍ରକଳ୍ପରେ ୧୬.୭୮ ଲକ୍ଷ କୋଟି ଟଙ୍କା ଖର୍ଚ ହେବ ବୋଲି ପ୍ରାରମ୍ଭିକ ସ୍ତରରେ ଆକଳନ କରାଯାଇଥିଲା। କିନ୍ତୁ ପରବର୍ତୀ ସମୟରେ ଅନୁଧ୍ୟାନ କରିବା ପରେ ଖର୍ଚ ପରିମାଣ ୨୦.୧୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

By amfnews

Related Post