Sat. Mar 7th, 2026

ବିଏସ୍‌ପି ନେତାଙ୍କ ପୁଅର ଗୁଣ୍ଡାଗିରି

203 Views

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ପଞ୍ଚତାରକା ହୋଟେଲ୍‌ ହାୟାତ୍‌ ରିଜେନ୍ସିରେ ପୂର୍ବତନ ବିଏସ୍‌ପି ସାଂସଦ ରାକେଶ ପ‌ାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେ ଗୁଣ୍ଡାଗିରି କରି ଚର୍ଚ୍ଚା‌କୁ ଆସିଛନ୍ତି। ହୋଟେଲ୍‌ ଗେଟ୍‌ ସାମ୍ନାରେ ହାତରେ ବନ୍ଧୁକ ଧରି ସେ ଜଣେ ମହିଳାଙ୍କୁ ଧମକାଇଥିଲେ। ଏ ନେଇ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ‌େହାଇଛି। ପୁଲିସ ତାଙ୍କୁ ଗିରଫ କରିବା ପାଇଁ ତାଙ୍କ ଲ‌େକ୍ଷ୍ନୗସ୍ଥିତ ଘରେ ଚଢ଼ଉ କରିଥିଲେ ହେଁ ସେଠାରେ ତାଙ୍କୁ ନପାଇ ଫେରିଯାଇଛି। ତେଣୁ ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜାରି ହୋଇଛି।

ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ ଗତ ରବିବାର ଏହି ଘଟଣା ଘଟିଥିଲା। କିନ୍ତୁ ୧୦ ସେକେଣ୍ଡର ଭିଡିଓ କ୍ଲିପ୍ ସୋସିଆଲ୍‌ ମିଡିଆରେ ଭାଇରାଲ୍‌‌ ହେବା ପରେ ପୁଲିସ ଘଟଣା ଉପରେ ଗୁରୁତ୍ବ ଦେଇଛି। ସାର୍ବଜନୀନ ସ୍ଥାନରେ ବନ୍ଧୁକ ଧରି ଲୋକଙ୍କୁ ଧମକାଇବା ଏକ ସଙ୍ଗିନ ଅପରାଧ। କିନ୍ତୁ ଆଶିଷ ଏହାକୁ ଭ୍ରୂକ୍ଷେପ ନକରି ସମସ୍ତଙ୍କ ସାମ୍ନାରେ ବନ୍ଧୁକ ଦେଖାଇ ଧମକାଇଛନ୍ତି। ହୋଟେଲ୍‌ କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ମହିଳା ପାଇଖାନାରେ ପ୍ରବେଶକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏହି ଘଟଣାକୁ ନେଇ ୟୁପି ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସ ଏବଂ ସ

By amfnews

Related Post