285 Views
ଭୁବନେଶ୍ୱର ,ଫେବୃଆରୀ ୨୬ : ପାକିସ୍ତାନ ଅଧିକୃତ କାଶ୍ମୀରରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଇଟରରେ ଟ୍ୱିଇଟ କରି ବାୟୁସେନାକୁ ସାଲ୍ୟୁଟ ଜଣାଇଛନ୍ତି ।
ସୂଚନା ଯୋଗ୍ୟ ଯେ , ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନଙ୍କ ସହିଦର ଆଜି ପ୍ରତିଶୋଧ ନେଇଛି ୧୨ଟି ମିରାଜ ବିମାନ । ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିରାଜ ୨୦୦୦ର ଏକ ସମୂହ ବୋମା ବିସ୍ଫୋରଣ କରି ପାକିସ୍ତାନ ଅଧିକୃତ କାଶ୍ମୀର ସୀମା ପିଓକେର ବାଲାକୁଟ ଠାରେ ଥିବା ପ୍ରାୟ ୧୦ଟି କ୍ୟାମ୍ପ ଧ୍ୱଂସ କରିଛି । ଏହା ସହ ମୁଜାଫରାବାଦ, ଚକୋଟରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରି ସେଠାରେ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଥିବା ସୂତ୍ରରୁ ସୂଚନା ମିଳିଛି । ଏହା ସହ ଜୈଶର କଣ୍ଟ୍ରୋଲ ରୁମକୁ ମଧ୍ୟ ଧ୍ୱଂସ କରିଛି ।