Sun. Mar 8th, 2026

ବାହାଘରରୁ ଫେରୁଥିବା ବେଳେ ଓଲଟି ପଡ଼ିଲା ଅଟୋ

439 Views

ସୁବର୍ଣ୍ଣପୁର : ଏକ ଅଟୋ ଓଲଟି ପଡ଼ିବାରୁ ଦୁଇ ଜଣ ଶିଶୁଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୋନପୁର-ସମ୍ୱଲପୁର ରାସ୍ତାର ମେଟାକାନୀ ଛକରେ ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା।

ଆହତମାନଙ୍କ ଘର ବରଗଡ଼ ଜିଲ୍ଲା ଭେଡ଼େନ୍ ବ୍ଲକ୍ ଇଚ୍ଛାପୁର ଗାଁରେ। ଗତକାଲି ସେମାନେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସୋନପୁର ଜିଲ୍ଲା ଉଲୁଣ୍ଡାର ଖେମାଲୋଏ ଗାଁକୁ ଆସିଥିଲେ। ସେଠାରୁ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ୧୦ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦ୍ରୁତ ଗତିରେ ଅଟୋଟି ଯାଉଥିବା ଯୋଗୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି କୁହଯାଉଛି। ଉଲୁଣ୍ଡା ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଅଟୋଟିକୁ ଜବତ କରି ତଦନ୍ତ କରୁଛି।

By amfnews

Related Post