Tue. Dec 24th, 2024

ବାଲେଶ୍ୱରରେ ଡେଙ୍ଗୁ ଆତଙ୍କ; ୨୦ ଚିହ୍ନଟ

By amfnews Sep 30, 2019 #Featured
177 Views

ବାଲେଶ୍ୱର : ବାଲେଶ୍ୱରରେ ବ୍ୟାପୁଛି ଡେଙ୍ଗୁ । ବିଶେଷ କରି ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ଏହାର ପ୍ରାଦ୍ରୁର୍ଭାବ ଦେଖିବାକୁ ମିଳିଛି  । ଏହାକୁ ନେଇ ଜିଲ୍ଲାବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଜଳେଶ୍ୱର ବ୍ଲକ ମହମ୍ମଦ ନଗର ପାଟଣାରେ ୧୫ ଦିନ ଭିତରେ ୨୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନେ ସମସ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଆହୁରି ଅନେକ ଲୋକ ସଚେତନତା ଅଭାବରୁ ଗାଁରେ ରହିଯାଇଥିବା ସନ୍ଦେହ କରାଯାଉଛି।  କିଛି ଆକ୍ରାନ୍ତ ରାଜ୍ୟ ବାହାରୁ ଆସିଥିବା ଅନୁମାନ କରାଯାଉଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା କୁହାଯାଇଛି  ।

By amfnews

Related Post