Sat. Nov 23rd, 2024

ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ

By amfnews Oct 31, 2020 #Featured
148 Views

ଓଡ଼ିଶା ,ଅକ୍ଟୋବର ୩୧ :  ଆସନ୍ତା ୩ ତାରିଖରେ ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଆସନର ଉପନିର୍ବାଚନ ପାଇଁ ପ୍ରଚାର ଏବେ ଜୋରଦାର ହେବାରେ ଲାଗିଛି । ଏଥିପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଏହି ଦୁଇଟି ଯାକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, କଲେଜ, ସ୍କୁଲ, ଶିଳ୍ପାନୁଷ୍ଠାନ ଆଦି ସଂସ୍ଥା ବନ୍ଦ ରହିବ।

ସଂପୃକ୍ତ ଅନୁଷ୍ଠାନ ବା କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ନଭେମ୍ବର ୩ ତାରିଖକୁ ସବୈତନିକ ଛୁଟି ରୂପେ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହା ପରେ ଉଭୟ ବାଲେଶ୍ୱର, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ସେଇ ବର୍ଷରେ ଗୋଟିଏ ଦିନ ସ୍ୱତନ୍ତ୍ର ଛୁଟି ନେଇପାରିବେ ।

ସେହିପରି ବାଲେଶ୍ୱର, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବାହାରେ ଚାକିରି କରିଥିବା ଭୋଟର ଭୋଟ ଦେବା ପାଇଁ ଭୋଟ୍ ଗ୍ରହଣ ଦିନ ଛୁଟି ନେଇ ପାରିବେ । ଏଥିପାଇଁ ସେମାନଙ୍କୁ ସଂପୃକ୍ତ ନିର୍ବାଚନମଣ୍ଡଳୀର ଭୋଟର ବୋଲି ପ୍ରମାଣ ଦେଖାଇ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ।

By amfnews

Related Post