105 Views
ଭୁବନେଶ୍ୱର : ବାଲୁଖଣ୍ଡ ଅଭୟାରଣ୍ୟରୁ ଆସିଲା ବଡ ଖବର । ଏଠାରେ ରହୁଥିବା ପ୍ରାୟ ୪ ହଜାର ଚିତ୍ରା ହରିଣ ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି ପିସିସିଏଫ । ଫନି ପରେ ହରିଣ କୁଆଡେ ଗଲେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ତେବେ କିଛି ଦିନ ପରେ ଏହାକୁ ନେଇ ଆଜି ସ୍ପଷ୍ଟ କରିଛନ୍ତି ପିସିସିଏଫ । ସେ କହିଛନ୍ତି, ପାଣି ପିଇବାକୁ ଆସୁଥିବାବେଳେ ସେମାନଙ୍କ ଭିଡିଓ ରେକର୍ଡିଂ କରାଯାଇଛି । ତେବେ ସେମାନେ ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳରେ ରହୁଛନ୍ତି ତାହା ଜାଣିବାକୁ ଡ୍ରୋନ କ୍ୟାମେରାର ସହାୟତା ନିଆଯିବ ।
ଗତ ୩ ତାରିଖରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟା ଫନିରେ ଛାରଖାର ହୋଇଯାଇଥିଲା ବାଲୁଖଣ୍ଡ ଅଭୟାରଣ୍ୟ । ଯାହା ପରେ ପରେ ଏଠାରେ ଥିବା ୪ ହଜାରରୁ ଅଧିକ ଚିତ୍ରା ହରିଣଙ୍କ ଖୋଜ ଖବର ମିଳି ନଥିଲା । ପବନ ଉଡାଇନେଲା ନା ମାଟିରେ ମିଶିଗଲେ ସେ ନେଇ କୌଣସି ସନ୍ତୋଷଜନକ ଉତର ଦେଇପାରୁନଥିଲେ ଫରେଷ୍ଟର ।