Fri. Mar 6th, 2026

ବାଲିଯାତ୍ରାରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଦୋଳି ଏବଂ ଷ୍ଟଲ ଲାଗିବ: କଟକ ଜିଲ୍ଲାପାଳ

372 Views

କଟକ: ମହାନଦୀ କୂଳରେ ଐତିହାସିକ କଟକ ବାଲିଯାତ୍ରା ପଡ଼ିଆରେ ଷ୍ଟଲ ଆବଣ୍ଟନ ନେଇ ଉପୁଜିଥିବା ବିବାଦ ଶନିବାର ସମାଧାନ ହୋଇଛି। ପୂର୍ବ ବର୍ଷ ମାନଙ୍କରେ ଯେପରି ଷ୍ଟଲ ଆବଣ୍ଟନ କରାଯାଇଥିଲା ଅଥବା ଦୋଳି ଲଗାଯାଇଥିଲା, ଏଥର ମଧ୍ୟ ସେହି ବ୍ୟବସ୍ଥା ହେବ ବୋଲି କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଆଜି ସୂଚନା ଦେଇଛନ୍ତି। ଅଗ୍ରଓ୍ଵାଲ କହିଛନ୍ତି, ଲୋକଙ୍କ ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ କାମ କରାଯାଉଛି।

ବାଲିଯାତ୍ରା ପଡ଼ିଆରେ ପହଞ୍ଚିବା ପାଇଁ ଚଳିତ ବର୍ଷ ଦର୍ଶକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଦର୍ଶକମାନେ ପାର୍କିଂ ସ୍ଥଳରୁ ପଡ଼ିଆ ପର୍ଯ୍ୟନ୍ତ ପେଡ୍‌ ବସ୍‌ରେ ଯିବେ। ଏହା ଦ୍ୱାର ଭିଡ଼ ନିୟନ୍ତ୍ରଣ କରାଯାଇପାରିବ ବୋଲି ଜିଲ୍ଲାପାଳ ଅଗ୍ରଓ୍ଵାଲ କହିଛନ୍ତି। ବାଲି ଓ ଧୂଳିରୁ ଦର୍ଶକମାନଙ୍କୁ ରକ୍ଷା କରିବା ପାଇଁ ପାଣି ସିଞ୍ଚନ ବ୍ୟବସ୍ଥା କରାଯିବ।

ଜିଲ୍ଲାପାଳ କହିଛନ୍ତି, ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ ଡିଜିଟାଲ ଫିଚର୍ସର ବ୍ୟବସ୍ଥା କରାଯାଇଛି। ଆଉ ମାତ୍ର ୫ ଦିନ ପରେ ଅର୍ଥାତ ନଭେମ୍ବର ୨୩ରୁ ବାଲିଯାତ୍ରା ଆରମ୍ଭ ହେବ। ପ୍ରତି ବର୍ଷ ଭଳି ଏଥର ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ।

By amfnews

Related Post