Wed. Jan 15th, 2025

ବାଲାକୋଟ ଭଳି ଆତଙ୍କବାଦୀ ଆକ୍ରମଣ ଲାଗି ଭାରତୀୟ ସେନା ପ୍ରସ୍ତୁତ କରୁଛି ଛୋଟ ଡ୍ରୋନ

By amfnews Jul 13, 2019 #Featured
143 Views

ନୂଆଦିଲ୍ଲୀ  : ଆଗାମୀ ଦୁଇ ବର୍ଷ ଭିତରେ ବାଲାକୋଟ ଭଳି ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ପାଇଁ ଭାରତରେ ଛୋଟ ଛୋଟ ଡ୍ରୋନ ବିମାନର ପ୍ରସ୍ତୁତି ସରିବ ବୋଲି କୁହାଯାଉଛି । ଏହି ଡ୍ରୋନ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବ ବୋଲି ଜଣାପଡ଼ିଛି ।

ଯେପରି ଆଗାମୀ ଦିନରେ ଆସୁଥିବା ଆକ୍ରମଣର ସାମନା କରିପାରିବ ସେଥିନେଇ ବିଶେଷ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ବାୟୁସେନା । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼ ତଥା ବେଙ୍ଗାଲୁରୁସ୍ଥିତ ଷ୍ଟାଟଅପ ନ୍ୟୁସ୍ପେସ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜିର ଇଞ୍ଜିନିୟର ଓ ସଫ୍ଟୱେର ବିଶେଷଜ୍ଞଙ୍କ ଏକ ଟିମ ମିଶି ଏହି ଡ୍ରୋନ ବିମାନ ପ୍ରସ୍ତୁତ କରୁଥିବା ଜଣାଯାଇଛି । ଆସନ୍ତା ଦୁଇ ବର୍ଷରେ ଏହି ଡ୍ରୋନ ବିମାନଟି ଭାରତୀୟ ବାୟୁସେନାର ବ୍ୟବହାରରେ ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ଏହି ଡ୍ରୋନ ବିମାନ ଆତଙ୍କବାଦୀଙ୍କ ଅଜଣା ଠିକଣାରେ ମଧ୍ୟ ଯାଇ ବଡ଼ ଧରଣର ଆକ୍ରମଣ କରିପାରିବ ବୋଲି କୁହାଯାଉଛି। ଏହି ଡ୍ରୋନରେ ଏପରି ବ୍ୟାଟେରି ବ୍ୟବହାର କରାଯାଉଛି ଯାହା ଦ୍ୱାରା ବିମାନଟି ଘଣ୍ଟା ପ୍ରତି ୧୦୦କିମି ବେଗରେ ଗତି କରିପାରିବ ।

By amfnews

Related Post