Wed. Jun 11th, 2025

ବାର୍‌ହା ଫାଶରେ ପଡ଼ି ଭାଲୁ ହଟହଟା

By amfnews Nov 9, 2018 #Featured
128 Views

ନୀଳଗିରି, ନଭେମ୍ବର ୦୯: ନୀଳଗିରି ରେଞ୍ଜ୍‌ ଅନ୍ତର୍ଗତ ମିତ୍ରପୁର ସଂରକ୍ଷିତ ଜଙ୍ଗଲ ମଧ୍ୟସ୍ଥ କାଠଗୋଛି ନିକଟରେ ବାର୍ହା ଧରିବା ଲାଗି ବସା ଯାଇଥିବା ଫାଶରେ ଗୁରୁବାର ରାତିରେ ଗୋଟାଏ ଭାଲୁ ପଡ଼ିଯାଇଛି।

ଶୁକ୍ରବାର ସକାଳେ ଧାନକ୍ଷେତକୁ ଆସିଥିବା ଲୋକେ ଫାଶରେ ପଡ଼ି କଲବଲ ହୋଇ ଚିତ୍କାର କରୁଥିବା ଭାଲୁଟିକୁ ଦେଖି ବନ ବିଭାଗ ଖବର ଦେଇଥିଲେ।

ମିତ୍ରପୁର ଫରେଷ୍ଟର୍‌ ଗଣେଶ ପ୍ରସାଦ ଲେଙ୍କା, ନୀଳଗିରି ରେଞ୍ଜର୍‌ ସୁକୁମାର ଦାସ ଏବଂ ଏସିଏଫ୍‌ଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କ ସହ ପ୍ରାୟ ପନ୍ଦର ବନ କର୍ମଚାରୀ ଓ ପନ୍ଦର ସବୁଜବାହୀନି କର୍ମଚାରୀମାନେ ଭାଲୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇ ବିଫଳ ହୋଇଛନ୍ତି।

ଏବେ ଡିଏଫ୍‌ଓଙ୍କ ନିର୍ଦେଶ କ୍ରମେ ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଜଣ ପଶୁ ଚିକିତ୍ସକଙ୍କୁ ଡକାଇ ଫାଶରେ ପଡ଼ିଥିବା ଭାଲୁଟିକୁ ଟ୍ରାଙ୍କ୍ୟୁଲାଇଜର୍‌ ମାରି ଅଚେତ କରି ଉଦ୍ଧାର କରିବାକୁ ଯୋଜନା କରିଛନ୍ତି।

By amfnews

Related Post