Sun. Mar 8th, 2026

ବାର୍‌ରେ ଗଣ୍ଡଗୋଳ, ବାଉନସର୍‌ ସମେତ ୩ ଗିରଫ

194 Views

ଭୁବନେଶ୍ବର  : କଟକ ରୋଡ୍‌‌ରେ ଥିବା ଏକ ବାର୍‌ରେ ଜଣେ ଗ୍ରାହକକୁ ମାଡ଼ ମାରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ବାଉନ୍ସରଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଉନସର୍‌ ଭାବେ କାମ କରୁଥିବା ଗୋପ ଗଣେଶ୍ବରପୁରର ସନ୍ତୋଷ ନାଥ, ବିଜେବି ନଗରରେ ରହୁଥିବା କନ୍ଧମାଳର ସାଜନ ନାୟକ ଓ ଚାଉଳିଆଗଞ୍ଜ ଗଣ୍ଡରପୁରର କାଦିର ଓସ୍ତାଦ୍‌। ଗତକାଲି ରାତିରେ ଏଠାରେ ମଦ ପିଇବା ପାଇଁ ଖଣ୍ଡଗିରି ସୁଆଙ୍ଗର ପ୍ରଭାତ ଶତପଥୀ ଆସିଥିଲେ। କୌଣସି କାରଣକୁ ନେଇ ସାଜନ ସହ ତାଙ୍କର ବଚସା ହୋଇଥିଲା। ଏଥିରେ କାଦିର ସାଜନଙ୍କ ପକ୍ଷ ନେଇଥିଲା। ପରେ ବଚସା ଉଗ୍ରରୂପ ନେଇଥିଲା। ତାଙ୍କ ସହ ବାଉନସର ମିଶି ପ୍ରଭାତଙ୍କୁ ପିଟି ଲହୁଲୁହାଣ କରିଥିଲେ। ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

By amfnews

Related Post